ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉନତ୍ରିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉନତ୍ରିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଜଟଣୀ ତା ୧୦-୦୧-୨୫ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉନତ୍ରିଂଶତିତମ ବାର୍ଷିକ ଉତ୍ସବ ୨୦୨୪-୨୦୨୫ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଫାଉଣ୍ଡେସନର ଅଧ୍ୟକ୍ଷ ଡ ତପନ କୁମାର ପଣ୍ଡା ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେକି ଶିଶୁ ମନ୍ଦିର ଶିଶୁ ମାନଙ୍କର ଚରିତ୍ର ଗଠନ ପାଇଁ କାର୍ଯ୍ୟ କରିଆସୁଥିବା ବେଳେ ଶିଶୁଙ୍କୁ ଚାପ ମୁକ୍ତ କରି ଗଢି ତୋଳିବା ଅବିଭାବକ ମାନଙ୍କ ଦାୟିତ୍ଵ । ଶିକ୍ଷା ବିକାଶ ସମିତି ଓଡିଶା ସମ୍ପାଦକ ଡ ସରୋଜ କୁମାର ହାତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସମାଜ ଉପଯୋଗୀ ଉତ୍ତମରାଷ୍ଟ୍ର ଭକ୍ତ ନିର୍ମାଣ କରିବାରେ ଶିଶୁ ମନ୍ଦିରର କର୍ଯ୍ୟ ପ୍ରଶଂସନୀୟ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନସ ରଞ୍ଜନ ଜେନା ବାର୍ଷିକ ବିବରଣୀ ପାଠ କରିଥଲେ ।ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରସନ୍ନ କୁମାର ରଥ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଶ୍ରୀ ଅଶୋକ କୁମାର ଶର୍ମା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଶିକ୍ଷା ବିକାଶ ସମିତି କାର୍ଯ୍ୟକର୍ତ୍ତା, ବିଭଗ , ଜିଲ୍ଲା ତଥା ସଙ୍କୁଳ ଅନ୍ତର୍ଗତ ସମସ୍ତ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା କମିଟିର ଉପ ସଭାପତି ଶ୍ରୀ ସରୋଇ କୁମାର ବଳୀୟାରସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୁନି କୁନି ଶିଶୁ ନୃତ୍ୟପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଉତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *