୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ-

ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟମଣ୍ଡପ କୋଣାର୍କ ନାଟ୍ୟ ମଣ୍ଡପରେ ଆସନ୍ତା ୧୯ତାରିଖରେ ୩୯ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଏନେଇ ନେଇ ଶୁକ୍ରବାର ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଦିନ ତମାମ କୋଣାର୍କ ସାହିତ୍ୟ ଆସର ସାହିତ୍ୟ ଆସର ଆୟୋଜନ ହେବାକୁ ଥିବା ବେଳେ ସନ୍ଧ୍ୟା ସମୟରେ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ ହେବ।ବାବା ବାଲୁଙ୍କେଶ୍ୱର ଗୃପ୍ରର କଳାକାର ମାନେ ଘଣ୍ଟ ଓ ମର୍ଦ୍ଧଳରେ ତାଳରେ ଚିତାକର୍ଷକ ନୃତ୍ୟ ପରିବେଷଣ କରିବେ l ଦ୍ୱିତୀୟ ଛନ୍ଦରେ କୋଣାର୍କ ନାଟ୍ୟ ମଣ୍ଡପ କୋଣାର୍କ କଳାକାର ମାନେ ପଞ୍ଚଦେବସ୍ତୁତୀ ପରିବେଷଣ ପରେ କୋଣାର୍କ ନାଟ୍ୟ ମଣ୍ଡପ କୋଣାର୍କ ଏଵଂ ନୃତ୍ୟଳାୟ ଡାନ୍ସ ଏକାଡେମୀ ନିମାପଡ଼ାର କଳାକାର ମାନେ ଗୁରୁ ଗଙ୍ଗାଧର ବନ୍ଦନା ପରିବେଷଣ ,ପରେ ଗୁରୁ ଧନେଶ୍ଵର ସ୍ଵାଇଁ ଙ୍କ ଆଧାରିତ ଓଡ଼ିଶୀ ମାଦଳ ପରିବେଷଣ , ଭୁବନେଶ୍ୱରର ବିଦ୍ୟା ଭାନୀ ଗୁରୁକୁଳର ନୃତ୍ୟଶିଳ୍ପୀ ମାନେ ପରେ ଓଡ଼ିଶୀ ନୃତ୍ୟ ଓ ସୁବିକାସ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରରେ ପରିବେଷଣ କରିବେ କୋଲକାତାର କଳାକାର ମାନେ । ଚଳିତ ବର୍ଷ ପଞ୍ଚଦେବ ସୃତି ବିଶେଷ ଆକୃଷ୍ଟ କରିବ ଦେଶ ବିଦେଶର ଦର୍ଶକ ମାନଙ୍କୁ ବୋଲି ଆଶା ରଖିଛନ୍ତି କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର କର୍ମକର୍ତ୍ତାମାନେ।

Leave a Reply

Your email address will not be published. Required fields are marked *