ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ

ତା ୨୭.୦୧.୨୦୧୪ ରିଖ ଦିନ ପୁରୀ ମଙ୍ଗଳାଘାଟ ସ୍ଥିତ ଏକ ଜନକଲ୍ୟାଣକାରି ସଂସ୍ଥା ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ପୁରୀ ସଂସ୍କୃତି ଭାବନା ଠାରେ ପାଳିତ ହୋଇ ଯାଇଛି. ଏହି ଅବସରରେ ସାନମାନନୀୟ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ସରଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଡ଼କ୍ଟର ସୁଜିତ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ. ଅନ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ଶଙ୍କର ପଣ୍ଡା, ସୁପରିଚିତ ଓଲିଉଡ଼ କଳାକାର ସୁଭାଶିଷ ଶର୍ମା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପୁରୀ ଜିଲ୍ଲା ନ୍ୟାୟାଳୟର ଅତିରିକ୍ତ ସରକାରୀ ଓକିଲ ତଥା ମୋ ପରିବାରର ସଂଯୋଜକ ଶ୍ରୀ ଭଗବାନ ପଢ଼ିଆରୀ ଆଦି ଯୋଗଦାନ ଦେଇଥିଲେଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ଅନ୍ତେବାସୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯଥୋଚିତ ସମ୍ମାନ ଦିଅ ଗଲା.

ଏଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର କିଛି ସମାଜସେବୀ ମାନଙ୍କୁ ଆମନ୍ତ୍ରିତ କରାଯାଇ ସମ୍ମାନିତ କରାଯାଇଥିଲା. ଏହା ସହ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସମାଜରେ ଯେଉଁ ଲୋକ ମାନେ ନିଜ ବୃଦ୍ଧ ପିତା ମାତାଙ୍କୁ ଭଗବତ ତୁଲ୍ୟ ମନେ କାରି ସେମାନଙ୍କ ସେବା କରୁଛନ୍ତି ସେହି ପରି କିଛି ଲୋକ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କାରି ସମ୍ମାନିତ କରା ଯାଇଥିଲା. ଏଥି ସହିତ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ତଥା ପୁରୀ ଜିଲ୍ଲାର ବିଶିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ଦୀପକ ପଣ୍ଡା ନିଜର ଅଭିଭାଷଣ ରଖିଥିଲେ. ଅନୁଷ୍ଠାନର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ଗିରିଜାମଞ୍ଜରୀ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠକରି ସମସ୍ତ ଅତିଥି ଏବଂ ସଦସ୍ୟ ମାନଙ୍କୁ କାର୍ଯ୍ୟକାରିଣୀ ବର୍ଷ ୨୦୨୨-୨୩ ରେ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟବଳିର ସୂଚନା ଦେଇଥିଲେ. ଏଥି ସହ ଅନୁଷ୍ଠାନର କୁନି କଳାକାର ମାନେ ନୃତ୍ୟ ପରିବେଷଣ କାରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ. ପରିଶେଷରେ ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ ମହାବୀର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା କାର୍ଯ୍ୟ ଶେଷ କରିଥିଲେ.

Leave a Reply

Your email address will not be published. Required fields are marked *