ଫୁଲବାଣୀରେ ଶୁଭଦ୍ରା ତୃତୀୟ କିସ୍ତି ପ୍ରଦାନ
, ଫୁଲବାଣୀରେ ଶୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ।
କନ୍ଧମାଳ , ଫୁଲବାଣୀ ରାଜ୍ୟ ର ମୋହନ ସରକାର ଏକୋଇଶି ଟି ପ୍ରତିଶୃତି ରୁ ଏକ ବର୍ଷରେ ଏଗାର ଟି ପ୍ରତିଶୃତି ପୂରଣ କଲେ । ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ, ଠାରେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ସୁଭଦ୍ରା ଯୋଜନାରେ ତୃତୀୟ କିସ୍ତି ଗତକାଲି ଆୟୋଜିତ ଏକ ବିରାଟ ସାଧାରଣ ସଭା ରେ ସମାଜ ମଙ୍ଗଳ ବିଭାଗ ଦ୍ୱାରା ଆୟୋଜିତ ସଭାରେ ପ୍ରଦାନ କରାଯାଇଛି । ଭୁବନଶ୍ୱର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଡିଜିଟାଲ ସୁଇଚ ମାରି ଟଙ୍କା ପ୍ରଦାନ କରିଛନ୍ତି । ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ସଭାରେ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମୋହନ ସରକାର ଦେଇଥିବା ଏକୋଇଶି ଟି ପ୍ରତିଶୁତି ମଧ୍ୟରୁ ଏଗାର ଟି ପ୍ରତିଶୃତି ପୂରଣ କରିଛନ୍ତି । ସେଥି ମଧ୍ୟରୁ ସୁଭଦ୍ରା ଯୋଜନା ଅନ୍ୟତମ,କନ୍ଧମାଳ କୁ ସରକାର ଅଠରକୋଟି ଟଙ୍କା ପ୍ରଦାନ କରିଛନ୍ତି ।ରାସ୍ତା ଘାଟ, ପର୍ଯ୍ୟଟନ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେବ ବୋଲି ବିଧାୟକ ପ୍ରକାଶ କରିଥିଲେ। ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ କନ୍ଧମାଳ ଜିଲ୍ଲାରେ ଅଠରକୋଟି ଟଙ୍କାର ଉନ୍ନୟନ ଯୋଜନା କାର୍ଯ୍ୟ କରାଯିବ, ଜିଲ୍ଲାରେ ଚାଷୀମାନେ ପନିପରିବା, ଷ୍ଟ୍ରବେରି, ଡ୍ରାଗନ ଫ୍ରୁଟ, ହଳଦୀ, ମାଣ୍ଡିଆ, ଓ ଅଦା ଚାଷ ପାଇଁ ଆଗ୍ରହୀ ବୋଲି କହିଥିଲେ । ଜିଲ୍ଲାପାଳ । ସୁଭଦ୍ରା ଯୋଜନା ର ସଫଳତା ହିତଧିକାରୀ ମାନେ ପାଇଲେଣି । ମହିଳା ମାନେ ନିଶ୍ଚିତ ଉନ୍ନତି କରିବେ ବୋଲି ଜିଲ୍ଲାପାଳ ଆଶା ପୋଷଣ କରିଥିଲେ । ଉପଜିଲ୍ଲାପାଳ ଭିକାରୀ ସାହୁ, ବି ଡ଼ି ଓ ସୌମ୍ୟ ରଞ୍ଜନ ସାହୁ, ଓ ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ ମଧ୍ୟ୍ୟ ସୁଭଦ୍ରା ଭଉଣୀ ମାନଙ୍କର ଉତ୍ତରୋତ୍ତର କାମନା କରିଥିଲେ । ଏହି ଅବସରରେ ଅଙ୍ଗନ ୱାର୍ଡି କର୍ମୀ ଓ ବ୍ରହ୍ମ କୁମାରୀ ଭଉଣୀ ମାନେ ବିଧାୟକ, ଜିଲ୍ଲା ପାଳ, ଉପଜିଲାପାଳ, ପି ଏ ଆଇଟି ଡ଼ି ଏ ଗଦା ଧର ପାତ୍ର, ବି ଡ଼ି ଓ ଓ ସାଂସଦ ପ୍ରତିନିଧି ଙ୍କୁ ରାକ୍ଷୀ ବାନ୍ଧିଥିଲେ । କୃତୀ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସ୍ନେହ ଲତା ସାହୁ ସୁଭଦ୍ରା ଯୋଜନାରେ ମହିଳା ମାନେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାରେ ଲାଗିଛନ୍ତି,ସୁଭଦ୍ରା ଯୋଜନା ଏକ ମହିଳ। ଆନ୍ଦୋଳନରେ ପରିଣତ ହେଲାଣି ଓ ଅଙ୍ଗନ ୱାର୍ଡି କର୍ମୀ, ସୁପରଭିଜର ଓ ସି ଡ଼ି ପି ଓ ମାନଙ୍କୁ ସକ୍ରିୟାତର ସହ କାର୍ଯ୍ୟ କରିବାକୁ ଆୱାହ୍ନ ଦେଇଥିଲେ । ଫୁଲବାଣୀ ସି ଡ଼ି ପି ଓ ଶ୍ରୀମତୀ ବୈଜୟନ୍ତି ମଲ୍ଲିକ ଶେଷରେ ସମସ୍ତ ଅତିଥିଙ୍କୁ ଯୋଗଦାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ! କାର୍ଯ୍ୟକ୍ରମରେ ଖଜୁରୀପଡା ସିଡିପିଓ କ୍ରିଷ୍ଣା ବେହେରା, ଫିରଙ୍ଗିଆ ସିଡିପିଓ ନିବେଦିତା ପ୍ରଧାନ, ବାଲିଗୁଡା ସିଡିପିଓ କ୍ରିଷ୍ଣା ପଣ୍ଡା, ଦାରିଙ୍ଗବାଡି ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡା, ସୁଧାରାଣୀ ପ୍ରଧାନ, ସୋନିଆ ହେମ୍ବ୍ରମ, ଲତା ଡିଗଲ, ସୌଦାମିନୀ ଦାସ ପିଓ, ହରଲଷ୍ମୀ ପୂଜାରୀ, କଳ୍ପନା ଶତପଥି,ପାନ୍ନାମଣି ହାଁସଦା ଯୋଗ ଦେଇଥିଲେ! ସୂର୍ଯ୍ୟ ନାରାୟଣ ଓ ସମ୍ବିତ ସଭା ର ପରିଚାଳନା ରେ ସକ୍ରିୟ ସହ ଯୋଗ କରିଥିଲେ!
