ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ।

ଭଦ୍ରକ ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ। ଆଜି କୋରାପୁଟ ଜିଲ୍ଲା ଜୟପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ପବିତ୍ର ରାକ୍ଷୀ ପୂର୍ଣିମା ଅବସରରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ପ୍ରତ୍ୟେକ ୫୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି।ଏହି ଅବସରରେ ଆଜି ଶହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ସଭାକୁ ସମସ୍ତେ ଦେଖିଥିଲେ।

ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଦିଲିପ୍ ରାଉତରାଏ ଯୋଗ ଦେଇଥିଲେ ଏବଂ ମଞ୍ଚା ସିନ ଅତିଥି ରୂପେ ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ,ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରି ରୂପାଲି ମିତ୍ର, ଗୋଷ୍ଟି ଉନ୍ନୟନ ଅଧିକାରି ରଶ୍ମୀ ରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସ୍ତରୀୟ ସୁଭଦ୍ରା ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ଓ certificate ପ୍ରଦାନ କର।ଯାଇଥିଲା। ଏହାପରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଥିଲା।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *