ଗଞ୍ଜାମ ମୁସିଲିମ କଳଚର ଆସୋସିଏସନ (GMCA ) ପକ୍ଷରୁ ୩ୟ ଖାଜା ଷ୍ଟ୍ରିଟ ଲିଗ ପ୍ରିମିୟର ଟୁର୍ଣ୍ଣାମେଣ୍ଟ

ବ୍ରହ୍ମପୁର :-ସ୍ଥାନୀୟ ବ୍ରହ୍ମପୁର ସୁରଜ ବିହାର ଖେଳ ପଡିଆ ଠାରେ ଗଞ୍ଜାମ ମୁସିଲିମ କଳଚର ଆସୋସିଏସନ (GMCA ) ପକ୍ଷରୁ ୩ୟ ଖାଜା ଷ୍ଟ୍ରିଟ ଲିଗ ପ୍ରିମିୟର ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ର ଦ୍ଵିତୀୟ ଦିନରେ ଲେଜଣ୍ଡ ଏକାଦଶ ସହ ମିଡିଆ ଏକାଦଶ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ମିଡିଆ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ମାତ୍ର ୧୧୬ ରନ୍ କରିବାରେ ସକ୍ଷମ ହୋଇଥିଲେ । ଏହି ସ୍କୋର ର ପିଛା କରି ବିପକ୍ଷ ଟିମ୍ ଲେଜେଣ୍ଡ ଏକାଦଶ ୮ ଓଭର ଗୋଟିଏ ବଲରେ ୧ ମାତ୍ର ୱିକେଟ ହରାଇ ୧୨୨ ରନ୍ ସଂଗ୍ରହ କରି ବିଜୟ ହାସଲ କରିଛି

। ଲେଜେଣ୍ଡ ଏକାଦଶ ତରଫରୁ ମାତ୍ର ଗୋଟିଏ ୱିକେଟ ଅର୍ଜୁନ ୨୧ ରନ୍ କରି ରନ୍ଆଉଟ୍ ହୋଇଥିବା ବେଳେ ଦଳର ଅଧିନାୟକ ଗିରି ଅପରାଜିତ ୫୧ ରନ୍ ଏବଂ ତାଙ୍କ ସହ ସୁଦ୍ଧା ୪୧ ରନ୍ କରି ଦଳକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ। ମିଡିଆ ଏକାଦଶ ର ଅଧିନାୟକ ଗୋପାଳ ଥିବା ବେଳେ ଲେଜେଣ୍ଡ ଏକାଦଶ ର ଏସ୍ ଗିରି ଅଧିନାୟକ ଥିଲେ ।ଖେଳରେ ମୁସ୍ତାକ ଏବଂ ଇରଫାନ ଅମ୍ପାୟର ଦାୟିତ୍ଵ ତୁଲାଇଥିଲେ ।

Leave a Reply

Your email address will not be published. Required fields are marked *