ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁର ରୁ ୩ ଟି ବସ୍ ସେବାର ଶୁଭାରମ୍ଭ
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁର ରୁ ୩ ଟି ବସ୍ ସେବାର ଶୁଭାରମ୍ଭ ବ୍ରହ୍ମପୁର:-୧୧/୦୧()ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ସେହିଭଳି ବ୍ରହ୍ମପୁର ଓଏସ୍ଆରଟିସି ରୁ ୩ ଟି ବସ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ , ପତି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ , ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ , ପାତ୍ର ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟ ନନ୍ଦ ମହାରାଜ , ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ଉପସ୍ଥିତ ରହି ୩ ଟି ବସର୍ ଶୁଭାରମ୍ଭ କରିଛନ୍ତି ।ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ ରୁ ପୁରୀ , ବ୍ରହ୍ମପୁର ରୁ ଭୁବନେଶ୍ଵର ଓ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଆଗାମୀ ଦିନରେ କୁମ୍ଭମେଳା ପାଇଁ ବ୍ରହ୍ମପୁର ରୁ ସିଧାସଳଖ ବସ୍ ସେବା ଯୋଗାଇଦେବା ପାଇଁ ସରକାର ଦୃଷ୍ଟିଗୋଚର କରିଛନ୍ତି ବୋଲି ଜଣାଇଛନ୍ତି । ରାଜ୍ୟ ସରକାର ବ୍ରହ୍ମପୁର ରୁ ସିଧାସଳଖ ଭାବେ ତୀର୍ଥକ୍ଷେତ୍ର ପୁରୀ କୁ ବସ୍ ସେବା ଯୋଗେଇଥିବାରୁ ରାଜ୍ୟ ସରକାର ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଗଞ୍ଜାମ ବିଜେପି ତରଫରୁ ଧନ୍ୟବାଦ ଜଣାଇଛନ୍ତି ।
