ଫାଇନାଲ ମ୍ୟାଚ ରେ ୪-୨ ଗୋଲରେ ଝାଡ଼ଖଣ୍ଡ କୁ ହରାଇ ବିଜେତା ହେଲେ ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ବିହାର ଆନନ୍ଦପୁର
ତରତରା ପଂଚାୟତ ଖେଳପଡିଆରେ ଫୁଟବଲ ମହାକୁମ୍ବ ଫାଇନାଲ ଖେଳରେ ଚକ୍ରଧର ପୁର ଫୁଟବଲ ଏକେଡେମୀ ଝାଡ଼ଖଣ୍ଡ ସହିତ ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ବିହାର ମଧ୍ୟରେ ଅନୁଷ୍ଠିତ ସଂଘର୍ଷ ପୂର୍ଣ୍ଣ ଖେଳରେ ଶେଷ ପଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରିନଥିଲl ବେଳେ ଶେଷରେ ଟ୍ରାୟ ବ୍ରେକର ପେନାଲଟି ଗୋଲରେ ୪-୨ ଗୋଲରେ ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ବିହାର ବିଜୟୀ ହୋଇଥିଲା l ମା ତାରିଣୀ କ୍ଲବ ଇଣ୍ଟେରଷ୍ଟେଟ ଟୁର୍ନାମେଣ୍ଟ ର ଅର୍ଗାନାଇଜ଼ର ସୁବ୍ରତ ସାମଲ ଏବଂ ଜିତେନ୍ଦ୍ର ସାମଲ ଙ୍କ ସଂଯୋଜନାରେ ଏହି ଖେଳ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଗୃହ ନଗର ଉର୍ନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ କେନ୍ଧୁଝର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ଚରଣ ନାୟକ ଯୋଗଦେଇଥିଲେ l ସନମାନୀୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଫlଲଗୁନୀ ମାଝୀ ଯୋଗ ଦେଇଥିଲେ l ଅନ୍ୟାନ୍ୟ ଅତିଥି ତଥା ବିଜେପି ବିଧାୟକ ପ୍ରାଥୀ ଆଲୋକ ସେଠୀ,ବିଜୟ ରାଉତ,ରାମ ଚନ୍ଦ୍ର ସାହୁ, ଜ୍ଞାନ ସାମନ୍ତ ସିଂହlର ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l, ଆଜିର ଏହି ଖେଳ ବହୁ ଚିତାକର୍ଷକ ହୋଇଥିଲାବେଳେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତି ଖେଳରେ ଖେଳାଳି ମାନଙ୍କୁ ବହୁ ଉତ୍ସlହିତ କରିଥିଲା l ଏହି ଫାଇନାଲ ମ୍ୟାଚ ଖେଳ ଟି ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ପ୍ରିୟବ୍ରତ ନାୟକ, ସତ୍ୟ ବ୍ରତ ନାୟକ, ରାକେଶ ସାମଲ, ଆକାଶ ନାୟକ, ଜଗନ୍ନାଥ ସାମଲ, ସୁରେନ୍ଦ୍ର ନାୟକ, ରଶ୍ମି ରଞ୍ଜନ ନାୟକ, ଶୁଭମ ସାମଲ, ବିଭୁ ସାମଲ, ଅମୃତ ସାଗର ପାତ୍ର, ସ୍ମୁତିରାଜ ନାୟକ, ପାପୁନ ବେହେରା, ସମରଜିତ ନାୟକ, ସ୍ପନ୍ଦନ ନାୟକ, ଦୀପକ ବାରିକ ସହ ସୁଶାନ୍ତ ସାମଲ ସହଯୋଗ କରିଥିଲେ l
