ଗୋ ବ୍ୟବସାୟୀଙ୍କ କିଙ୍ଗ ପିନ ସହ ୪ ଅଟକ, ୧୪ ଗୋରୁ ଉଦ୍ଧାର।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁ ନିକଟରୁ ୧୪ ଗୋରୁକୁ ଉଦ୍ଧାର କରିବା ସହ ୪ ଜଣ ଗୋମାଫିଆକୁ ପୋଲିସର ଜିମା ଦେଲେ ବଜରଙ୍ଗ ଦଳ। ଯେଉଁ ୪ ଜଣଙ୍କ ମଧ୍ୟରେ ଜଣେ କିଙ୍ଗପିନ ରହିଛନ୍ତି। ଗୋ ମାଫିଆ ମାନେ ଗୋରୁ ଗୁଡିକୁ ଭାୟା କେଉଁଝର ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ। ତେବେ କାମାକ୍ଷାନଗର ବଜରଙ୍ଗ ଦଳର ଏକ ସ୍ୱତନ୍ତ୍ର ଟିମ ଗୋମାଫିଆକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ଅଟକ ରଖି ପୋଲିସର ଜିମା ଦେଇଛନ୍ତି। ଦୀର୍ଘଦିନ ହେବ ଗୋ ମାଫିଆ ମାନେ ଗୋଚାଲାଣରେ ସକ୍ରିୟ ରହିଥିଲେ। ଏ ନେଇ ପୋଲିସ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଗୋଚାଲାଣ କାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *