ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଟି ଥଣ୍ଡା ପାନୀୟ ଜଳ ଯୋଗାଣ ର ଉଦଘାଟନ

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଟି ଥଣ୍ଡା ପାନୀୟ ଜଳ ଯୋଗାଣ ର ଉଦଘାଟନ ହୋଇ ଯାଇଛି । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ଏହିକୁ ଉଦଘାଟନ କରିବା ସହିତ ଆଗକୁ ଗ୍ରୀଷ୍ମପ୍ରବାହ ଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ବେଶ ସହାୟକ ହେବ ବୋଲି ବିଧାୟକ କହିଛନ୍ତି । ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶବ ଗୃହ ମଧ୍ୟ ବିଧାୟକ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଶତ୍ରୁଘ୍ନ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସରୋଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *