ପ୍ରଧାନ ଶିକ୍ଷକ ତପନ କୁମାର କହଁରଙ୍କୁ ୪ବର୍ଷ ଜେଲ

ବିଦ୍ୟାଳୟ ନିର୍ମାଣ ପାଇଁ ଉଦ୍ଦିଷ୍ଟ ସରକାରୀ ଟଙ୍କା ଆତ୍ମସାତ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ତପନ କୁମାର କହଁରଙ୍କୁ ୪ବର୍ଷ ଜେଲ ଓ ଜରିମାନା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା, ଆଜି ଏକ ସରକାରୀ ବିଦ୍ୟାଳୟ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଟଙ୍କା ହେରଫେର ମାମଲାର ବିଚାର କରି ମାମଲାର ୧୫ ଜଣ ସାଖି ଓ ପ୍ରମାଣ ଆଧାରରେ, ମାମଲର ଅଭିଯୁକ୍ତ, ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ର କଣ୍ଡ୍ରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିବା ତପନ କୁମାର କହଁରଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୪ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଦର୍ଶ ଇଛନ୍ତି ବିଚାରପତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି. ଭି ରାମଦସ ପରିଚାଳନା କରିଥିଲେ। ସୂଚନା ଅନୁଯାୟୀ ତପନ କୁମାର କହଁର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିବା ବେଳେ ବିଦ୍ୟାଳୟ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଟଙ୍କାରୁ ୫ ଲକ୍ଷ ୬୦ ହଜାର ଟଙ୍କା ବ୍ଯାଙ୍କ ଜମାଖାତାରୁ ଉଠାଣ କରିଥିଲେ। ସେଥିରୁ ସେ ବିଦ୍ୟାଳୟ ର ଗୃହ ନିର୍ମାଣ ଅଧାପନ୍ତରିଆ (ଲିଣ୍ଟେଲ ଲେବେଲ) କରି ଛାଡି ଦେଇଥିଲେ। ଏହା ପରେ ତାଙ୍କ ବିଭାଗ ପକ୍ଷରୁ ତନାଘନା ପରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *