ଟନ ପିଛା ୪ହଜାର ଦେବା ପାର୍ଟି କୁ ବିରୋଧ ହଜାରେ କୁ ସମର୍ଥନ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ହେଉଛି ବକ୍ସାଇଟ ଭରା ବ୍ଲକ ଅଟେ । ଏଠି ଦୀର୍ଘ ବର୍ଷ ଧରି ଖଣି ଖନନ ହୋଇ ଅନ୍ୟତ୍ର ସ୍ଥାନାନ୍ତର କରା ଯାଇଛି । ଏହା ଓଏମସି ଖନନ କରି କମ୍ପାନୀକୁ ଦୀର୍ଘ କାଳୀନ ଯୋଗାଇ ଆସୁଛି । ଓଏମସି ର ମଧ୍ୟ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ପାହାଡ ରୁ ଶତପ୍ରତିଶତ ବକ୍ସାଇଟ ଖନନ କରିବ ସେଥିରୁ ଶତକଡା ୮୦ ପ୍ରତିଶତ ଦୀର୍ଘ କାଳୀନ ପାଇଁ ଚୁକ୍ତି ହୋଇ ଥିବା କମ୍ପାନୀ କୁ ବିକ୍ରି କରିବ ଏବଂ ରାଜ୍ୟ ସରକାରଙ୍କ ନିୟମ ମୁତାବକ ଶତକଡା ୨୦ ପ୍ରତିଶତ ଅକ୍ସନ୍ କରି ଅନ୍ୟତ୍ର ବିକ୍ରି କରିପାରିବ । ଏହାର ସରକାରୀ ନିୟମ ରହିଛି କିନ୍ତୁ ଲକ୍ଷ୍ମୀପୁର ସ୍ଥିତ କଡିଙ୍ଗା ମାଳି ରୁ ବକ୍ସାଇଟ୍ ଖନନ କରି କମ୍ପାନୀକୁ ଦୀର୍ଘ ବର୍ଷ ଧରି ମାତ୍ର ୧ ହଜାର ଟଙ୍କା ପ୍ରତି ଟନ ପିଛା ଦେଇ ଆସୁଛି । ଆନ୍ଧ୍ର ପ୍ରଦେଶର ପିଅନିୟର ନାମକ ଏକ ଆଲୁମିନିୟମ କାରଖାନା କଡିଙ୍ଗା ମାଳି ର ବକ୍ସାଇଟ୍ କୁ ଓଏମସି ରେ ରହି ଥିବା ୨୦ ପ୍ରତିଶତ ଅକ୍ସନ ମାଲ କୁ ଟନ ପିଛା ଅନ୍ୟାନ୍ୟ ସବୁ ମିଶାଇ ୪ ହଜାର ଟଙ୍କା ରେ କିଣିବାକୁ ପ୍ରସ୍ତୁତ ରହି ଥିବା ନେଇ ଓଏମସି ପକ୍ଷରୁ ଜଣା ପଡିଛି । ଯଦି ଟନ ପିଛା ୪ ହଜାର ରେ ବକ୍ସାଇଟ୍ ବିକ୍ରି ହୁଏ ତେବେ ସରକାରଙ୍କୁ ସିଧାସଳଖ ୩ ହଜାର ଟଙ୍କା ଲାଭ ରହିବ ଏହା ଫଳରେ ଅଞ୍ଚଳ ଯଥେଷ୍ଟ ବିକାଶ ହେବାରେ ସହାୟକ ହେବ । ଏହା ଛଡା ପରିବହନ କରୁ ଥିବା ଟ୍ରକ୍ ମାଲିକ ମାନଙ୍କର ମଧ୍ୟ ଅଧିକା ଦର ବୃଦ୍ଧି ହେବ । ଅଧିକା ରାଜସ୍ଵ ଅଧାୟ ହେଲେ ଅଞ୍ଚଳ ତଥା ପାରିପାର୍ଶ୍ବିକ ବିକାଶ ପାଇଁ ମଧ୍ୟ ସେହି ଅନୁସାରେ ପାଣ୍ଠି ଖର୍ଚ୍ଚ ହେବ । ଏଥିରେ ସରକାରଙ୍କ ଯଥେଷ୍ଟ କର ଆଦାୟ ହେବ । ପିଅନୀୟର କମ୍ପାନୀ କୁ ଓଏମସି ଉକ୍ତ ଦର ରେ ପ୍ରଦାନ କରେ ତେବେ ଅନ୍ୟ କମ୍ପାନୀ ଠାରୁ ୩ହଜାର ଟଙ୍କା ସରକାରଙ୍କୁ ଲାଭ ରହିବ । ଏହା ବ୍ୟତୀତ ଅଞ୍ଚଳ ର ବିକାଶ ସାଙ୍ଗକୁ ଗାଡ଼ି ମାଲିକ ଓ କେନ୍ଦ୍ର ସରକାର ଙ୍କ ଅଧୀନରେ ଥିବା ରେଳ ବିଭାଗ ମଧ୍ୟ ଅଧିକା ଲାଭବାନ ହେବେ । ପିଅନୀୟର କମ୍ପାନୀ ଏପରି ଲାଭ ଯୋଗାଇ ପାଇଁ ପ୍ରସ୍ତୁତ ଥିବା ସତ୍ତ୍ବେ ଏ ଭିତିରି କଥା କୁ ସ୍ଥାନୀୟ କିଛି ଲୋକ ନ ଜାଣି ପିଅନିୟର କୁ ବିରୋଧ କରି ଗତ ୧୩ ତାରିଖ ରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏବେ ଏହାକୁ ଜାଣିବା ପରେ ଅନ୍ୟମାନେ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଉ ଥିବା ବିଶେଷ ସୁତ୍ରରୁ ଖବର ମିଳିଛି । ଯେଉଁ ମାନେ ବି ଏହାକୁ ବିରୋଧ କରୁଛନ୍ତି ଏହାର ପ୍ରକୃତ ତଥ୍ୟ ଉପରେ ଅବଗତ ହୋଇ ଅଞ୍ଚଳ ର ବିକାଶ ଦିଗରେ ସମର୍ଥ ଦେବା ପାଇଁ ସାଧାରଣ ରେ ମତ ପ୍ରକାଶ ପାଉଛି । ଉପରୋକ୍ତ ସମସ୍ତ ତଥ୍ୟ ଓଏମସି ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଉକ୍ତ ଖବର ପାଇ ଅଞ୍ଚଳବାସୀଙ୍କୁ ଏହା ଉପରେ ଅବଗତ କରାଇବା ଦିଗରେ କିଛି ସଂଗଠନ ମଧ୍ୟ କାର୍ଯ୍ୟ କରିବାକୁ ଆଗେଇ ଆସିବ ବୋଲି ଜଣାପଡିଛି । ଯଦି ଏତେ ପ୍ରକାର ଲାଭ ଦେଉଛି ତେବେ କମ୍ପାନୀକୁ ଓଏମସି ସରକାରୀ ନିୟମ ଅନୁସାରେ ଶତକଡା ୨୦ ପ୍ରତିଶତ ନିଜ ହାତରେ ଥିବା ବକ୍ସାଇଟ ପିଅନୀୟର କମ୍ପାନୀ କୁ ଯୋଗାଇ ଦେବାକୁ ବୁଦ୍ଧିଜୀବି ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ମତ ପ୍ରକାଶ କରିଛନ୍ତି । ଲକ୍ଷ୍ମୀପୁର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ଅଧିବାସୀ ଅତି ସରଳ ଓ ବିଶ୍ବାସୀ । ଯାହାର ଫାଇଦା ଅନ୍ୟ ମାନେ ଉଠାଉଛନ୍ତି ଯାହାକି ଅନ୍ଧ ରାଇଜେ ଦର୍ପଣ ବିକା ଭଳି କାର୍ଯ୍ୟ ହେଉଛି । ଦୀର୍ଘ ବର୍ଷ ଧରି କଡିଙ୍ଗା ମାଳିରୁ ବକ୍ସାଇଟ୍ ଟନ ପିଛା ମାତ୍ର ଏକ ହଜାର ଟଙ୍କା ରେ ବିକ୍ରି ହେଉଛି । ଏଠି ସରକାର କ୍ଷତି ସହିବା ସହ ଅଞ୍ଚଳବାସୀ ମଧ୍ୟ କ୍ଷତି ହେଉଛି ତ ଏହା କାହା ସ୍ୱାର୍ଥ ପାଇଁ ଏଭଳି ଚାଲିଛି ତାହା ଚିନ୍ତା ଜନକ ବିଷୟ ଅଟେ ।ତେଣୁ ଏହାକୁ ସରକାର ଗମ୍ଭୀରତା ସହ ବିଚାର କରିବା ଆବଶ୍ୟକ ରହିଛି । ବେଦାନ୍ତ କୁ ଅତି କମ୍ ଦର ରେ କିପରି ସରକାର ଚୁକ୍ତି କରି ଦୀର୍ଘ ବର୍ଷ ହେବ ଲକ୍ଷ୍ମୀପୁର ସ୍ଥିତ କଡିଙ୍ଗା ମାଳି ରୁ ବକ୍ସାଇଟ୍ ବିକ୍ରି କରାଯାଉଛି ।

ଲଷ୍ମୀପୁର ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *