ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ


ନୀଳାଚଳ କୃଷକ ମହାସଂଘର ୪୦ ତମ ପ୍ରତିଷ୍ଠା ଦିବସ ତଥା ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବାଲିଦୋକାନ-ହାଟପଡ଼ିଆ ଠାରେ ମହାସଂଘର ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମିଶ୍ରଙ୍କ ସଭାପତିତ୍ବରେ ମହାସମାରୋହରେ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଡଃ. ମୃଦୁଳା ଦେବୀ, କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାନ, ଭାରତ ସରକାର, ଭୁବନେଶ୍ବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶ୍ରୀଯୁକ୍ତ ଅଖିଳ କୃଷ୍ଣ ମହାପାତ୍ର, ବରିଷ୍ଠ ଆଇନଜୀବୀ-ତ‌ଥା- ଉପଦେଷ୍ଟା, ଲୟର୍ସ ଫୋରମ୍, ଓଡ଼ିଶା, ଢେଙ୍କାନାଳ ମୁଖ୍ୟବକ୍ତା, ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ତଥା ଆବାହକ ଜନ ସୁରକ୍ଷା ଜନମଞ୍ଚ- ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥୁ, ଡ. ସୂର୍ଯ୍ୟ ନାରାୟଣ ମିଶ୍ର, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ, ଡଃ. ମଞ୍ଜୁଳା ତ୍ରିପାଠୀ, ଉପନିର୍ଦ୍ଦେଶିକା, ଉଦ୍ୟାନ ବିଭାଗ, ସାକ୍ଷୀଗୋପାଳ, ପୁରୀ – ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ଆରମ୍ଭରୁ ଜାମ୍ମୁର ପହଲଗାମ୍‌ଠାରେ ୨୭ ଜଣ ପର୍ଯ୍ୟଟକ ଆତଙ୍କବାଦୀଙ୍କ ଦ୍ୱାରା ନିହତଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଦାଶରଥି ବିଶ୍ଵାଳ, ରବିନ୍ଦ୍ରନାଥ ସ୍ୱାଇଁ, ପ୍ରଦୀପ କୁମାର ପାତ୍ର, ଗୋପୀନାଥ ଭୋଳ, ସୁକାନ୍ତ ଚନ୍ଦ୍ର ନାୟକ ଓ କେଦାରନାଥ ପରିଡ଼ାଙ୍କୁ ଅତିଥିମାନଙ୍କ ଦ୍ବାରା କୃଷକ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଃଶାସନ ସ୍ବାଇଁ, ଉପସଭାପତି ପ୍ରକାଶ କୁମାର ନାୟକ, ଡେଲାଙ୍ଗ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଶରତ କୁମାର ରାଉତ, କାକଟପୁର ବ୍ଲକ୍ ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ୱାଳ ଅଭିଭାଷଣ ରଖୁଥ‌ିବାବେଳେ ଗୋପ ବ୍ଲକ୍ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବାମ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ପ୍ରାଥମିକ ପର୍ଯ୍ୟାୟରେ ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଶତାଧିକ ଚାଷୀଙ୍କ ଉପସ୍ଥିତିରେ ଅନ୍ୟତମ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ଯୋଗଦେଇ ଅଖୀମୁଠି ଅନୁକୂଳ କରିଥିଲେ। ଶତାଧିକ ଚାଷୀ ମାନେ ବାଲିଦୋକାନ ବଜାରରୁ ବଳଦ, ଲଙ୍ଗଳ, ବିହନ ଓ ପୁଜା ସାମଗ୍ରୀ ଧରି ଶୋଭାଯାତ୍ରାରେ ବାହାରି ମୁଲଭାଗ ନିକଟରେ ପହଞ୍ଚିଥିଲେ। ସେଠାରେ ସଫଳ ଚାଷୀ ବ୍ରଜବନ୍ଧୁ ବାରିକଙ୍କ କ୍ଷେତରେ ଅତିଥି ମାନେ ପୂଜାର୍ଚ୍ଚନା ପରେ ହଳ କରିବା ସହ ବିହନ ବୁଣି ଅଖୀ ମୁଠି ଅନୁକୂଳ କରିଥିଲେ। କାର୍ଯ୍ୟକ୍ରମକୁ ମହିଳା ବିକାଶ ସଂଗଠନ ସମ୍ପାଦିକା ମଧୁସ୍ମିତା ସେନାପତିଙ୍କ ସମେତ କୃଷକ ମହାସଂଘ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *