ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ୪୧ ତମ ବାର୍ଷିକ ଉତ୍ସବ
ଅଦ୍ୟ ତା ୨୬-୧୨-୨୦୨୪ ରିଖ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟର ୪୧ ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଶଶିଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ କ୍ଷୀରଦ ରଞ୍ଜନ୍ ମହାନ୍ତି ଅତିଥ୍ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଭକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ଉଚ୍ଚ ଶିକ୍ଷା,କ୍ରୀଡା, ଯୁବ ବ୍ୟାପାର,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମହାବିଦ୍ୟାଳୟ ଦ୍ବିତୀୟ କେମ୍ପସ୍ ର ଉଦ୍ଘାଟନ ଓ ସେହି ଯାଗାରେ ୨୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ କରିବା ସହିତ ମହାବିଦ୍ୟାଳୟ ପାଇଁ ଖୁବ୍ ଶୀଘ୍ର ୫ ଏକର ଜାଗା ଦ୍ବିତୀୟ କେମ୍ପସ୍ ରେ ଦେବାପାଇଁ ଘୋଷଣା କରିଥିଲେ । ମହାବିଦ୍ୟାଳୟରେ ଖୁବ୍ ଶୀଘ୍ର ଯେପରି +୩ ବିଜ୍ଞାନ ଶ୍ରେଣୀ ଖୋଲିବ ସେଥିପାଇଁ ଅଧ୍ୟକ୍ଷ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଓ ମହାବିଦ୍ୟାଳୟକୁ ପି.ଏମ୍.ଉଷା ଯୋଜନାରେ ଅନ୍ତର୍ଭୂକ୍ତ କରିଥିବା ଯୋଗୁଁ ଓ ମହାବିଦ୍ୟାଳୟ ପାଇଁ ୧ କୋଟି ୩୮ ଲକ୍ଷ ଟଙ୍କା ଦ୍ବିତୀୟ କେମ୍ପସ୍ ପାଇଁ ମଞ୍ଜୁର କରିଥିବାରୁ ଅଧ୍ୟକ୍ଷ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଉଦଳାର ପ୍ରିୟ ବିଧାୟକ କପ୍ତିପଦା ସବ୍ ଡିଭିଜନ ର ଏକ ମାତ୍ର ମହିଳା ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସହେଯାଗ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥ୍ ଭାବରେ ଉପସ୍ଥିତ ଥିବା ମୟୂରଭଞ୍ଜ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ନବ ଚରଣ ମାଝୀ ଛାତ୍ରୀ ମାନଙ୍କୁ ନିଜର ଭବିଷ୍ୟତ ନିର୍ମାଣ ସହିତ ସ୍ବାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ । ମୂଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିବା ବାରିପଦା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରକାଶ ସୋରେନ, ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜୟଚନ୍ଦ୍ର ପତ୍ରୀ, ପୂର୍ବତନ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ କଟୁଆଳ ନିଜର ବକ୍ତବ୍ୟ ମାଧ୍ୟମରେ ନାରୀ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ବ ଦେଇଥିଲେ ଓ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ । ବାର୍ଷିକ ଉତ୍ସବର ପରିଚାଳନା ମୁଖ୍ୟ ଶ୍ରୀମତୀ ମଞ୍ଜୁଳା କଲିଆଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏହି ଉତ୍ସବରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥ୍ ମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଅଶଂଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବେହେରା ଧନ୍ୟବାଦ ଅର୍ପଣ କରଥିଲେ ।
