ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ୨୮ଟି ବାଇକି ଓ ୮୦ହାଜର ୨୭୦ଟଙ୍କା ଜବତ
ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ୨୮ଟି ବାଇକି ଓ ୮୦ହାଜର ୨୭୦ଟଙ୍କା ଜବତ ରାୟଗଡାତା ୦୪-୦୨-୨୪ ଚାନ୍ଦିଲି ଥାନା ପକ୍ଷରୁ ରାୟଗଡା ବ୍ଲକ ଅନ୍ତର୍ଗତ କାମ୍ପ ମାଳିଗାଁ ପଞ୍ଚାୟତର କ୍ୟାମ୍ପ ମାଳିଗାଁ ନିକଟରେ ଅଜ୍ଞାତ ସ୍ଥାନରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଥାନା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ୨୮ ଟି ବାଇକି ସହ ନଗଦ ୮୦ ହଜାର୨୭୦ ଟଙ୍କା ଜବତ ହୋଇଥିବା ଜଣାପଡିଛି । ଚଢ଼ାଉ ବେଳେ ଅନେକ ଜୁଆ ଖେଳାଳୀ ବାଇକ ଛାଡ଼ି ଦୌଡ଼ି ପଳାଇଥିବା ବେଳେ ପୋଲିସ ପାଞ୍ଚ ଜଣ ଜୁଆଡିଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସେମାନେ ହେଲେ ଏନ୍ ଗୌରୀ, ନଗେନ ସାମନ୍ତରାୟ, ଏମ ତ୍ରିନାଥ, ଉମାଶଙ୍କର କୌଶଲ୍ୟା, ବି ଗୌର । କେବଳ ମାଳି ଗାଁ କାହିଁକି ଅନ୍ୟାନ୍ୟ ଗ୍ରାମରେ ମଧ୍ୟ ଜୁଆ ଆଡ୍ଡା ଚାଲିଥିବାର ଖବର ଅଛି । ରାୟଗଡା ଜିଲ୍ଲାରେ ନୂଆ ପୋଲିସ ଏସ ପି ଙ୍କ ଯୋଗଦାନ ପରେ ଚାନ୍ଦିଲ ଥାନା ପକ୍ଷରୁ ଏହା ଏକ ବଡ ଧରଣର ଚଢ଼ାଉ । ଏହି ଚଢ଼ାଉରେ ଏସ ଆଇ ଶ୍ରୀ ଆଶୁତୋଷ ସାହୁ, ଏ ଏସ ଆଇ ଶ୍ରୀ ଶିବରାମ ସାହୁ, ଶ୍ରୀ ପିତାମ୍ବର ଭାତ୍ରା, ପୋଲିସ୍ କନେଷ୍ଟବଳ ଶ୍ରୀ ଗୌରୀ ଶଙ୍କର ସାହୁ, ଶ୍ରୀ ନିମାଲି ରାମା ପ୍ରମୁଖ ସହଯୋଗ କରିଥିଲେ । ଚାନ୍ଦିଲି ଥାନା ଅଞ୍ଚଳରେ ଏପରି ଅନେକ ଜୁଆ ଆଡ୍ଡା ଚାଲି ଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ରୋକିବାରେ କେତେଦୂର ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା । ଚନ୍ଦିଲି ଥାନା ପକ୍ଷରୁ କେସ ନମ୍ବର ୩୨/୨୦୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି ।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter
