ସିନେମା ମାଧ୍ୟମରେ ମହିଳା ସଶକ୍ତିକରଣ ସଚେତନତା ଅଂଶଗ୍ରହଣ କଲେ ୪୫୦ ଜଣ ଲୋକସେବା ଭବନ କର୍ମଚାରୀବୃନ୍ଦ

ଭୁବନେଶ୍ୱର ତା ୨୪/୧୦/୨୦୨୫ରିଖ ସିନେମା ହେଉଛି ସମାଜର ପ୍ରତିଛବି। ସିନେମାର କାହାଣୀ ଦର୍ଶକଙ୍କ ଚିନ୍ତାଧାରା ଓ ଭାବନାକୁ ଦୃଢ଼ ଭାବରେ ପ୍ରଭାବିତ କରିଥାଏ। ମହିଳା ସଶକ୍ତିକରଣ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ମହିଳା ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଓ ଓଡିଶା ସଚିବାଳୟ ସଂଘର ସହଯୋଗରେ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପୁରସ୍କାରପ୍ରାପ୍ତ ମହିଳା ସଶକ୍ତିକରଣ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “ଲାପତା ଲେଡ଼ିଜ” ପ୍ରଦର୍ଶିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଓ ଓଡିଶା ସଚିବାଳୟ ସଂଘର ଅଧକ୍ଷ ଶ୍ରୀ ବିବେକାନନ୍ଦ ସାମଲ ଯୋଗ ଦେଇଥିଲେ। ପ୍ରତି ମାସର ତୃତୀୟ ଶନିବାରରେ ଏହି ଭଳି ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।କାର୍ଯ୍ୟକ୍ରମରେ ଲୋକସେବା ଭବନର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୫୦ ଜଣ କର୍ମଚାରୀବୃନ୍ଦ ଅଂଶଗ୍ରହଣ କରିଥିଲେ।ତନୁଜା ମହାନ୍ତି ଲୋକ ସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *