ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ
ପୁରୀ ୨୧/୨ ସତ୍ୟବାଦୀ ସାକ୍ଷୀ ଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଆଜି ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର ପ୍ରତିଟି ପିଲା କଠୋର ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ଆଚାର୍ଯ୍ୟ ହରିହର ଙ୍କ ଜୀବନ ଆଦର୍ଶ ତ୍ୟାଗ ଓ ସାଧୁତାର ଜୀବନ ଥିଲା।ଏହାକୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ସୁନନ୍ଦା ବାହିନୀପତି ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି।ତାହାର ଉପଯୋଗ କରି ନିଜର ପରିଚୟ ସୃଷ୍ଟି ଲାଗି ଅଧ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ।ଅନୁଷ୍ଠାନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଏଥିରେ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନ ପ୍ରତିଷ୍ଠା ସମୟର କଥା,ବର୍ତ୍ତମାନ ର ସ୍ଥିତି ଓ ଭବିଷ୍ୟତ ର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅନୁଷ୍ଠାନ ରେ ବର୍ତ୍ତମାନ ୨୫ ପିଲା ରହୁଛନ୍ତି। ଏହାକୁ ୫୦ ପିଲା ରହିବା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ।ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏ ସମ୍ପର୍କରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଅଧୀକ୍ଷକ ସୁବୋଧ କୁମାର ସ୍ୱାଇଁ, କାର୍ଯ୍ୟ କାରୀ କମିଟି ସଦସ୍ୟ ରାଜଲକ୍ଷ୍ମୀ ଦାଶ,ବିଥିକା କର,ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା, କର୍ମଚାରୀ ଓ ଅନ୍ତେବାସୀ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ।
