ଧାମନଗର ର ପିରବାବା ହୋଜୁର ମୁଜାହିଦ-ଇ-ମିଲ୍ଲତଙ୍କ ୪୬ ତମ ବାର୍ଷିକ ଉତ୍ସବ
ତା ୦୪.୧୦ .୨୦୨୫ରିଖ ସଦଭାବନା ସଭା ଗୃହ ରେ ଧାମନଗର ର ପିରବାବା ହୋଜୁର ମୁଜାହିଦ-ଇ-ମିଲ୍ଲତଙ୍କ ୪୬ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରସ୍ତୁତି ବୈଠକ
ଭଦ୍ରକ ୦୪.୧୦.୨୦୨୫
ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଧାମନଗର ର ପିରବାବା ହୋଜୁର ମୁଜାହିଦ-ଇ-ମିଲ୍ଲତଙ୍କ ୪୬ ତମ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ତା ୦୪.୧୦ .୨୦୨ରିଖ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ଭଦ୍ରକର ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ,ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସୁଧି ରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ,ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅଂଶୁମାନ ଦ୍ଵିବେଦୀ ,ଡେପୁଟି କଲେକ୍ଟର (ବିଚାର) କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ଥିଲେ । ଏହାଛଡା ବିଭିନ୍ନ ବିଭାଗ ଯଥା ବିଦ୍ୟୁତ, ପି.ଏଚ.ଡି , ଆଞ୍ଚଳିକ ପରିବହନ, ଅବକାରୀ, ଅଗ୍ନିଶମ , ଉପଖଣ୍ଡ ପୋଲିସ ଅଧିକାରୀ, ଧାମନଗର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଧାମନଗର, ତହସିଲଦାର, ଧାମନଗର, ଥାନା ଅଧିକାରୀ, ଧାମନଗର, କାର୍ଯ୍ୟନିର୍ବାହୀ ଅଧିକାରୀ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ସମେତ କମିଟିର ସଦସ୍ୟ, ଏବଂ ସଭାପତି / ସମ୍ପାଦକ, ପିରବାବା ହୋଜୁର ମୁଜାହିଦ-ଇ-ମିଲ୍ଲତ କମିଟି ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଜିର ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କମିଟିର ସଭାପତି ସେମାନଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଓ ଉକ୍ତ ଉତ୍ସବରେ ଦେଶର କୋଣ ଅନୁକୋଣ ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏକଜୁଟ ହେବେ ବୋଲି ପ୍ରକାଶ କରିଥିଲେ । ସେମାନେ ବସ ଓ ଟ୍ରେନ ଯୋଗେ ପହଞ୍ଚିବାର ବ୍ୟବସ୍ଥା ସହିତ ରହଣିର ସୁବନ୍ଦୋବସ୍ତ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସମସ୍ତେ ଉତ୍ସବ ଟିକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଆବଶ୍ୟକୀୟ ରାସ୍ତାର ମରାମତି, ଆଲୋକୀକରଣ, ନାଳ ନର୍ଦ୍ଦମାର ସଫେଇ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ନିଶାଖୋର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ର ସୁ ବନ୍ଦୋବସ୍ତ, କରିବାପାଇଁ ଅନୁରୋଧ କରିଥିଲେ । ସେଇପରି ସହକାରୀ ନିର୍ବାହୀ ଯନ୍ତ୍ରୀ, ପି.ଏଚ.ଡି, ଭଦ୍ରକ ଓ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ସଭା ସ୍ଥାନ ରେ ଅସ୍ଥାୟି ଟୋଏଲେଟ ସ୍ଥାପନ କରିବେ ଓ ରାସ୍ତା ମରାମତି, ପରିମଳ, ଅଚଳ ବିଦ୍ୟୁତ ବତୀ ଗୁଡିକର ମରାମତି ସୁନିଶ୍ଚିତ କରିବାକୁ କୁହାଗଲା । ସେହିପରି ସମ୍ପୃକ୍ତ କମିଟି ଅଗ୍ନିଶମ ବିଭାଗରୁ ଫାୟାର ସେଫ୍ଚି ସାଟିଫିକେଟ ଓ ବିଦ୍ୟୁତ ବିଭାଗରୁ ତଦନ୍ତ ରିପୋର୍ଟ ସଂଗ୍ରହ କରିବେ । ଆୟୋଜକମାନେ ଖାନକା ପରିସରର ପ୍ରବେଶ ଓ ପ୍ରସ୍ଥାନ ଫାଟକ ରେ ଅଗ୍ନି ନିର୍ବାପକ ଯନ୍ତ୍ର ସ୍ଥାପନ କରିବେ । ବିଦ୍ୟୁତ ବିଭାଗ ୨୮ ଓ ୨୯ ତାରିଖ ରେ ବିଦ୍ୟୁତ ସେବା ଅବ୍ୟାହତ ରଖିବାକୁ ସୁନିଶ୍ଚିତ କରିବେ । ଆରକ୍ଷୀ ଅଧିକ୍ଷକ ଟ୍ରାଫିକ ସୁନିୟନ୍ତ୍ରଣ ଓ ପାର୍କିଂ ସ୍ଥାନ ରେ ପର୍ଯ୍ୟ।ପ୍ତ ପୁଲିସ ମୁତୟନ କରାଯିବା ସହିତ ସିସି ଟିଭି କ୍ୟାମେରା ମଧ୍ୟ ସବୁ ଆଡେ ଲଗାଯିବା ର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ ।ଅବକାରୀ ବିଭାଗ ବେଆଇନ ମାଦକ ଦ୍ରବ୍ୟ ବିକ୍ରୟ ଉପରେ ନିୟମିତ ଯାଞ୍ଚ କରିବାକୁ, ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆରକ୍ଷୀ ଅଧିକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପର୍ବ ସମୟରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା୨୮ ଓ ୨୯ ତାରିଖ ରେ ସଭା ସ୍ଥଳି ରେ ଡାକ୍ତରୀ ସେବା ଯୋଗାଇଦେବା ସହିତ ଆମ୍ବୁଲାନ୍ସ ଓ ମେଡିକାଲ ଟିମ ର ବ୍ୟବସ୍ଥା ଉପରେ ନିର୍ଦେଶ ପ୍ରଦାନ କରାଯାଇଥିଲା ।
