୪୬ତମ ପ୍ରତିଷ୍ଠା ଦିବସ ତଥା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ
ଜଟଣୀ ତା ୨୪-୦୧-୨୬ଜଟଣୀ ବ୍ଲକ ଅନ୍ତର୍ଗତ ବଡତୋଟା- ବେଲପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ବିଜେପି ସଭାପତି ବିଶ୍ୱ ରଂଜନ ବଡ଼ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ତଥା ବିଦ୍ୟାଳୟ ଅଲୁମିନା.ସଂଗଠନ ର ସଭାପତି ଡ଼ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ସୁନ୍ଦରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଜବାହର ଲାଲ ସୁବୁଦ୍ଧି, ଶକ୍ତିଧର ମହାପାତ୍ର, ଛତାବର ପଞ୍ଚାୟତର ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ, ସାଂସଦଙ୍କ ପ୍ରତିନିଧି ମନୋଜ ନନ୍ଦ,ଲବଣଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ସୁନ୍ଦରାୟ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ସଫଳତା ଓ ବିଭିନ୍ନ ଅଭାବ ଅସୁବିଧା ବିଷୟରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ ଭାବେ ବିଦ୍ୟାଳୟ ନାମରେ ଜମି ପଟା, ଗୃହ ଓ ପାନୀୟ ଜଳର ସମସ୍ୟା ଦୂର କରିବାକୁ ସେ ନିବେଦନ କରିଥିଲେ। ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବଡ଼ଜେନା ଆଶ୍ୱାସନା ଦେଇଥିଲେ। ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା. ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ. କରିଥିଲେ ।ପୁରସ୍କାର ବିତରଣ କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷୟିତ୍ରୀ କୀର୍ତିରାଣୀ ନାୟକ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
