ଷଣ୍ଢ ମଠରେ ୪୭ତମ ଅଷ୍ଟମପ୍ରହର ନାମ ସଂକୀର୍ତ୍ତନ

ଷଣ୍ଢ ମଠରେ ୪୭ତମ ଅଷ୍ଟମପ୍ରହର ନାମ ସଂକୀର୍ତ୍ତନ ।ରଘୁନାଥପୁର ୨୭/୨() ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଳକ ଅଧିନସ୍ଥ ବରାଗୋଳ ପଞ୍ଚାୟର ସ୍ଥିତ ଚୌଧୁରୀ ଦଣ୍ଡାରେ ୪୭ ବର୍ଷ ପୂର୍ବେ ଦିନରେ ଲୋକେ ଯାତାୟାତ କରିବାକୁ ଭୟ କରୁଥିଲେ । କିନ୍ତୁ ଇସାଣେଶ୍ୱର ନିକଟରେ ଉଶ୍ଚର୍ଗୀ କୃତ ଷଣ୍ଢ ମରିଗଲା ପରେ ଏହି ସ୍ଥାନରେ ବରାଗୋଳର ଗୋବିନ୍ଦ ରାଉତ ଓ ଗ୍ରାମାଲୋକେ ଷଣ୍ଢକୁ ସମାଧି ଦେଇ ସେଠାରେ ମଠ ନିର୍ମାଣ କରି ରହିଲେ । ପରେ ଅଞ୍ଚଳ ଲୋକଙ୍କ ଉଦ୍ୟମରେ ନରେନ୍ଦ୍ର ବିଦ୍ୟମନ୍ଦିର ଗଢି ଉଠିଥିଲା।ଏହା ସହିତ ଲୋକଙ୍କ ଭୟ ଏହି ସ୍ଥାନରୁ ଧୀରେ ଧୀରେ ଦୂର ହୋଇଥିଲା ।ଏଠାରେ ଷଣ୍ଢ ସମାଧି ପରେ ପ୍ରତି ବର୍ଷ ଅଷ୍ଟମ ପ୍ରହର ଚାଲୁ ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଞ୍ଚଳର ସମସ୍ତ ଲୋକଙ୍କ ସହାୟତାରେ ମହା ଶିବରାତ୍ରୀ ବୁଧବାରରେ ସୁବାଧିବାସ କରାଯାଇ ଗୁରୁବାର ଅହୋରାତ୍ର ନମଯଜ୍ଞ କରାଯାଏ । ଅଞ୍ଚଳର ଭକ୍ତ ଶ୍ରଢାଳୁ ଆସି ସାମିଲି ହେବାସହ ପ୍ରସାଦ ସେବନ କରିଥାନ୍ତି । କର୍ତା ଭାବେ ସ୍ଥାନୀୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟ ନିର୍ବାକ କରିଥିଲେ । ଅଞ୍ଚଳର ବହୁ କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିବାବେଳେ ଶୁକ୍ରବାର ନଗର ପ୍ରରିକ୍ରମାକରି ନଗର କୀର୍ତ୍ତନ ସାରିଲାପରେ ଦଧି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ମଠ ପରିସରରେ ହେବ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *