ରବୀନ୍ଦ୍ରନାଥ ଠାକୁରଙ୍କ କର୍ମଭୂମି ଶାନ୍ତିନିକେତନରେ ଏଆଇଟିସିର ଚତୁର୍ଥ ରାଷ୍ଟ୍ରୀୟ ଅଧିବେଶନ
ରବୀନ୍ଦ୍ରନାଥ ଠାକୁରଙ୍କ କର୍ମଭୂମି ଶାନ୍ତିନିକେତନରେ ଏଆଇଟିସିର ଚତୁର୍ଥ ରାଷ୍ଟ୍ରୀୟ ଅଧିବେଶନ । ବ୍ରହ୍ମପୁର–କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ କର୍ମଭୂମି ପଶ୍ଚିମବଙ୍ଗର ଶାନ୍ତିନିକେତନ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଅଲ ଇଣ୍ଡିଆ ଥିଏଟର କାଉନସିଲର ଚତୁର୍ଥ ରାଷ୍ଟ୍ରୀୟ ଅଧିବେଶନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଶୋକ ମେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିବସୀୟ ଅଧିବେଶନରେ ଦେଶର 22 ଗୋଟି ରାଜ୍ୟର ବିଶିଷ୍ଟ କଳା ପ୍ରତିଭା ମାନେ ଉପସ୍ଥିତ ରହି କଳା ଓ କଳାକାରଙ୍କ ବିକାଶ ସହ କଳାକାରଙ୍କ ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।ରାଷ୍ଟ୍ରୀୟ ମହାସଚିବ ସତୀଶ କୁନ୍ଦନ ଅଧିବେଶନରେ ସଙ୍ଗଠନକୁ ସୁଦୃଢ଼ କରିବା ସହ ସବୁ କଳାକାର ଏକତ୍ରୀତ ହୋଇ କଳାକାର ପ୍ରତି ହେଉଥିବା ସମସ୍ୟାର ସମାଧାନ ପାଇଁ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ।ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସୁନିଲ ଦତ୍ତ ବିଶ୍ୱକର୍ମା ବାର୍ଷିକ ଆୟ ବ୍ୟୟ ହିସାବ ରଖିଥିଲେ । ଓଡିଶାରୁ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେବା ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀଙ୍କ ନେତ୍ତୃତ୍ୱରେ ଏକ 14 ଜଣିଆ ଦଳ ଶାନ୍ତିନିକେତନ ପହଞ୍ଚିଥିଲା । ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ଼ କରିବା ସହିତ କଳାକାରଙ୍କ ପାଇଁ ରହିଥିବା ନାଟ୍ୟ ମଞ୍ଚ ଓ ନାଟକ ଅଭ୍ୟାସ ଗୃହ ଆଦି ଅସୁବିଧା ନେଇ ଆଗାମୀ ଦିନରେ ପ୍ରଶାସନକୁ ଅବଗତ କରିବାକୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପାଢ଼ୀ କହିଥିଲେ ।କୋଭିଡ ପରଠାରୁ କଳାକାରଙ୍କୁ ରେଳଯାତ୍ରାରେ ମିଳୁଥିବା ରିହାତିକୁ ପୁନଃ ଚାଲୁ କରିବା ପାଇଁ ଆଗାମୀ ଦିନରେ ଜେନ୍ଦ୍ର ସରକାରଙ୍କୁ ସୂଚିତ କରାଯିବ ବୋଲି ନିଷ୍ପତି ହୋଇଥିଲା । ଆଗାମୀ ଦିନରେ ନାଟକ ଓ ନୃତ୍ୟର ଅନଲାଇନ କାର୍ଯ୍ୟକ୍ରମ ଏଇ ଏଆଇଟିସି ତରଫରୁ କରାଯିବ ବୋଲି ନିଷ୍ପତି ସହ ଏଥିପାଇଁ ଏକ କମିଟି ଗଠନ ହୋଇଛି ।ନୂତନ ସଦସ୍ୟତା ଅଭିଯାନକୁ ଅଧିକ ବ୍ୟାପ୍ତ କରି ବହୁ କଳାକାର ସଙ୍ଗଠନକୁ ଆଗାମୀ ଦିନରେ ଯୋଡିବାକୁ ଅଧିବେଶନରେ ଗୁରୁତ୍ୱ ଦିଆଯାଇଥିଲା । ଅଧିବେଶନରେ ଓଡିଶାରୁ ବରିଷ୍ଠ କବି ଓ ସାହିତ୍ୟିକ ଇଂ. ଯାମିନି କାନ୍ତ ଦାସ ଯୋଗଦେଇ ଏଆଇଟିସି ସଂଗଠନର କାର୍ଯ୍ୟର ପ୍ରଶଂସା କରିଥିଲେ । ଏଆଇଟିସି ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମାନବ,ଶିବଲାଲ ସାଗର,ମୋହମ୍ମଦ ନିଜାମ,ପଦ୍ମା ସରକାର,ଯୁଗ ମେହେଟା,ରାଜେନ୍ଦ୍ର ପ୍ରସାଦ,ସରସୀ ଚନ୍ଦ୍ରା, ଉମେଶ ସରୋଜ,ରଜିତ ସିଂ କଂବର,ତନବୀର ଇମାମ,ପ୍ରଭାତ ରାୟ, ଶିବାନୀ ଗୋସ୍ୱାମୀ,ମୋହମ୍ମଦ ଜିଲାନି,ରାଜେନ୍ଦ୍ର ପାଢ଼ୀ,ବବିତା ସ୍ୱାଇଁ,କୈଳାସ ପାଣିଗ୍ରାହୀ, ସିଏଚ.ଦେବଦାସ,ଅଭିମନ୍ୟୁ ମିଶ୍ର ପ୍ରମୁଖଙ୍କ ସହ ଅନେକ ରଂଗକର୍ମୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।ଏଆଇଟିସି ପଶ୍ଚିମବଙ୍ଗ ସଭାପତି ଜୋୟ ମୁଖାର୍ଜୀ ଓ ଅନିମେଶ ଦେବରାୟ କାର୍ଯ୍ୟକ୍ରମ ପରିଚାଳନା ରେ ନିଜ ଟିମ ସହ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ରେ ଚାରୋଟି ନାଟକ ସହ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏଆଇଟିସି ର ସ୍ମରଣୀକା ଉନ୍ମୋଚିତ ହୋଇଥିଲା ।
