ଓ୍ବାରେଣ୍ଟ ବଳରେ ୫ ଗିରଫ

ହିଞ୍ଜିଳିକାଟୁ:-୮/୧୧ହତ୍ୟା ଉଦ୍ୟମ, ଚୋରୀ ଓ ମାରପିଟ୍ ଭଳି ଘଟଣାରେ ସଂପୃକ୍ତ ଥାଇ ଦୀର୍ଘ ବର୍ଷ ଧରି ଫେରାର ଥିବା ୫ ଜଣ ଅଭିଯୁକ୍ତଙ୍କୁ ଓ୍ବାରେଣ୍ଟ ବଳରେ ହିଞ୍ଜିଳି ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ବିଚିତ୍ର ଗୈାଡ(୩୬), ଅନ୍ତରିଗାଁର ଅଘରି ବେହେରା (୪୦), ଖଣ୍ଡରା ଗ୍ରାମର ଶଙ୍କର ମହାରଣା (୩୮), ପୋଡିଙ୍ଗି ଗ୍ରାମର ବାୟା ଦାସ (୪୧) ଓ ହିଞ୍ଜିଳିକାଟୁ ପୈାରାଞ୍ଚଳ ଥାନା ସାହିର ଉମାକାନ୍ତ ସାହୁ (୩୮) । ଏମାନଙ୍କ ମଧ୍ୟରୁ ଅଘରି ବେହେରା ହତ୍ୟା ଉଦ୍ୟମ ଓ ଉମାକାନ୍ତ ଚୋରୀ ଘଟଣାରେ ସଂପୃକ୍ତି ରହି ଦୀର୍ଘ ୧୮ ବର୍ଷ ଧରି ଫେରାର ଥିଲେ। ଗୁରୁବାର ସଂପୃକ୍ତ ଅଭିଯୁକ୍ତମାନେ ଗ୍ରାମକୁ ଫେରିଥିବା କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ୨ଟି ଟିମ୍ ଅର୍ତକିତ ଚଢ଼ାଉ କରି ଗିରଫ କରିବାରେ ସକ୍ଷମ ହୋଇଥିଲା। ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ପଦ୍ମ ଚରଣ ଭଟ୍ଟଙ୍କ ନେତୃତ୍ୱରେ ଥାନା ଏସଆଇ ସୁନିଳ କଣ୍ଡାଗୋରି, ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, ଏଏସଆଇ ଅନନ୍ତ ଶବର, ଜ୍ୟୋତ୍ସ୍ନା ସାହୁ, ବୈକୁଣ୍ଠନାଥ ଜେନା ଓ ଟିମ୍ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *