5 ଟି ସଚିବ ଭି. କେ. ପାଣ୍ଡିୟାନଙ୍କ ବି. ବି.ହାଇସ୍କୁଲ, ଢେଙ୍କାନାଳ ପରିଦର୍ଶନ
ଢେଙ୍କାନାଳ ଜିଲ୍ଲା ଗ୍ରସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ୫ ଟି ସଚିବ ଭି. କେ. ପାଣ୍ଡିୟାନ। ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଜିଲ୍ଲାପାଳ ସରୋଜ କୁମାର ସେଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ),ଉପନଗର ପାଳ ପ୍ରକାଶ କୁଅଁର ଜିଲ୍ଲାକ୍ରୀଡ଼ା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡ଼ା,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀବୃନ୍ଦ ତଥା ଛାତ୍ରୀ ଛାତ୍ରଙ୍କ ଗହଣରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ବିଦ୍ୟାଳୟର ସମସ୍ତ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଦେଖି ଆନନ୍ଦ ପ୍ରକାଶ କରିଛନ୍ତି। ବକ୍ତ୍ୟବ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଭଲ ପାଉଥିବା ସମସ୍ତଙ୍କର ସମ୍ମିଳିତ ଉଦ୍ୟମଦ୍ୱାରା ହିଁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରି ଛାତ୍ରୀ ଛାତ୍ର,ଶିକ୍ଷୟିତ୍ରୀ, ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ସହ ମତବିନିମୟ କରି କହିଥିଲେ ଯେ ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଅପୁର୍ବ ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ନିଶ୍ଚିତ ଭାବେ ଏହା ଦ୍ବାରା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶ୍ ମାତ୍ରାରେ ହ୍ରାସ ପାଇବ। କେବଳ ଶ୍ରେଣୀ ବହି ପଢ଼ା ନୁହେଁ, ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ ଜ୍ଞାନ ଆହରଣ ପାଇଁ ଉନ୍ନତ ଗ୍ରନ୍ଥାଗାର ସାଙ୍ଗକୁ ଡିଜିଟାଲ ଲାଇବ୍ରେରୀ ଓ ଲାଇବ୍ରେରୀ ଷ୍ଟକ ଗୃହ, ଡିଜିଟାଲ କ୍ଲାସ୍ ରୁମରେ ଶିକ୍ଷା ଗ୍ରହଣ କରିବା ସୁଯୋଗ ପାଇଛନ୍ତି ବିଦ୍ୟାର୍ଥୀ। ଏଥିସହ କ୍ରୀଡ଼ା, କମ୍ପ୍ୟୁଟର ଶିକ୍ଷା, ଉନ୍ନତମାନର ବୈଜ୍ଞାନିକ ପରୀକ୍ଷାଗାର (ସାଇନ୍ସ ଲ୍ୟାବ୍),ବିଜ୍ଞାନ ଷ୍ଟୋର,ବିଜ୍ଞାନ ଗ୍ୟାଲେରୀ,ଅଟଳ ଟିଙ୍କରିଂ ଲ୍ୟାବ,ଆଇ.ସି.ଟି. ଲ୍ୟାବରସୁବିଧା ସେମାନଙ୍କୁ ମିଳିପାରିଛି। ବିଶୁଦ୍ଧ ପାନୀୟ ଜଳ ହେଉ କିମ୍ବା ସ୍ଵଚ୍ଛ ଶୌଚାଳୟ, ଚକମକିଆ ଓ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଶିକ୍ଷଣୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷରୁ ଆରମ୍ଭ କରି ସବୁଜ ବଗିଚା, ୱାଟର ଫାଉଣ୍ଟେନ, ବାଜିରାଉତ ପାର୍କ,ନ୍ୟୁଟ୍ରିସନ ବଗିଚା, ଔଷଧୀୟ ବଗିଚା,ମୁକ୍ତ ବନବିଦ୍ୟାଳୟର ପ୍ରାକୃତିକ ପରିବେଶ, ରଙ୍ଗୀନ ପାଚେରୀରେ ଝଲସୁଛି କ୍ୟାମ୍ପସ୍ ଓ ସମଗ୍ର ବିଦ୍ୟାଳୟ ପରିବେଶ ପାଲଟିଛି ଜ୍ଞାନର ଗନ୍ତାଘର।ଏଥିପାଇଁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ କୌଣସି ଅତିରିକ୍ତ ବ୍ୟୟ ଦେବାକୁ ହୋଇନି। ସରକାର ନିଜସ୍ବ ଅନୁଦାନରେ ଶିକ୍ଷାନୁଷ୍ଠାନରେ ଆଣିଛନ୍ତି ଏଭଳି ଆଖିଦୃଶିଆ ପରିବର୍ତ୍ତନ। ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ୍ୟ ବା ସ୍ଥାନୀୟ ଉନ୍ନୟନ କମିଟି ଓ ଜନପ୍ରତିନିଧି ମଧ୍ୟ ବିକାଶର ଏହି ପ୍ରକ୍ରିୟାରେ ଭାଗିଦାରୀ ହୋଇଛନ୍ତି। ରାଜ୍ୟ- ଦେଶ ତଥା ଜାତିର ଭବିଷ୍ୟତକୁ ଏବେ ଠାରୁ ସ୍ମାର୍ଟ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବା ପାଇଁ ଏଭଳି କିଛି ପଦକ୍ଷେପ ରାଜ୍ୟ ସରକାର “୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍” ତଥା ‘’ମୋ ସ୍କୁଲ ଅଭିଯାନ” ଜରିଆରେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ହାଇସ୍କୁଲ ଶିକ୍ଷା କ୍ଷେତ୍ର ଚଳିତ ବର୍ଷ ।ଏହି ବିଦ୍ୟାଳୟର ରୂପାନ୍ତରଣସବୁକୁ ବୁଲିଦେଖି ଓଡ଼ିଶା ରାଜ୍ୟର ୫ ଟି ସଚିବ ଭି. କେ. ପାଣ୍ଡିୟାନ ଆଶ୍ଚର୍ଯ୍ୟ ଅଭିଭୂତ ହେବା ସଂଗେ ସଂଗେ ଗଭୀର ଆନନ୍ଦ ପ୍ରକାଶ କରିଥିଲେ। ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସମର ଶିକ୍ଷାର୍ଥୀ (ଜଳ, ସ୍ଥଳ, ଆକାଶ ଓ ବାଳିକା)ବାହିନୀ କ୍ୟାଡେଟ ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ଫୁଲ ଓ ଚନ୍ଦନ ପ୍ରଦାନ ପ୍ରଦାନ ପୂର୍ବକ ୫ଟି ସଚିବଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ତାପରେ ପ୍ରଥମେ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟରେ ଡ଼ା. ରବୀନ୍ଦ୍ର କୁମାର ସାହୁ, ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ମାର୍ଗଦର୍ଶନ ରେ ନୈତିକ ଶିକ୍ଷା କାର୍ଯ୍ୟକ୍ରମରେ, ସ୍ମାର୍ଟ୍ ଶ୍ରେଣୀ ଗୃହରେ ବରିଷ୍ଠ ବିଜ୍ଞାନ ଓ ଗଣିତ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଇଣ୍ଟର ଆକ୍ଟିଭ୍ ପ୍ୟାନେଲ୍ ଦ୍ଵାରା ଆକର୍ଷଣୀୟ ସ୍ଥାନାଙ୍କ ଜ୍ୟାମିତି ଶିକ୍ଷାଦାନ, ଆଇ ସିଟି ଲ୍ୟାବ୍ ରେ ଶୁଭଶ୍ରୀ ଦେବସ୍ମିତା ରାଉତଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷାଦାନ , ଇ – ଲାଇବ୍ରେରୀକୁ ପରିଦର୍ଶନ କରି ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରୀ ଛାତ୍ର ମାନଙ୍କ ସହିତ ମତବିନିମୟକରି ଗଭୀର ଆନନ୍ଦ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରୀ ଛାତ୍ର ଓ ଶିକ୍ଷୟିତ୍ରୀ , ଶିକ୍ଷକ ମାନଙ୍କ ସହିତ ସାମୁହିକ ଫଟୋ ଉତ୍ତୋଳନ ଓ କରମର୍ଦ୍ଦନ କରି ବିଦ୍ୟାଳୟରୁ ବିଦାୟ ନେଇଥିଲେ।
Reporter-ପ୍ରକାଶ ଚନ୍ଦ୍ର ପାତ୍ର
