୫୧ କେଜି ଗଞ୍ଜେଇ ସହିତ କାର ଗାଡି ଜବତ, ଦୁଇ ଗିରଫ
ଯାଜପୁର, ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ବଳଦିଆ ଓଭରବ୍ରିଜ ନିକଟରେ ଚଢ଼ାଉ, ୫୧କେଜି ଗଞ୍ଜେଇ ସହିତ କାର ଗାଡି ଜବତ, ଦୁଇ ଜଣ ଗିରଫ l ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ନାରାୟଣ ବେହେରା କୋରେଇ ବଳଦିଆ ଓଭର୍ବ୍ରିଜ ନିକଟରେ ପେଟ୍ରୋଲିଙ୍ଗ କରିଥିଲେ l ଏହି ସମୟରେ ଦୁଇ ଜଣ ବ୍ୟକ୍ତି OD05M-7127 ଏକ indigo କାର ଗାଡ଼ିରେ ଗଞ୍ଜେଇ ବିକିବାକୁ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ବ୍ୟକ୍ତି ହେଲେ କେନ୍ଦୁଝର ଅଂଚଳର କାହ୍ନୁ ଚରଣ ମଲ୍ଲିକ ଓ ସୁଶାନ୍ତ ଚକ୍ର ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦୁଇଟି ମାମଲା ରୁଜୁ କରି ଯାଜପୁର ରୋଡ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ତେବେ ଏହି ଅଭିଯୁକ୍ତଙ୍କ ନିକଟରୁ ୫୧ କେଜି ଗଞ୍ଜେଇ ମିଳିଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ସବ-ଇନସିପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା,ଏସଆଇ ରଶ୍ମିରେଖା ଜେନା, ଶୁଚିସ୍ମିତା ନାୟକ, ମାଳତୀ ମାଝୀ ଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
