କୋଣାର୍କ ବନାଞ୍ଚଳରେ ୫୩ ପ୍ରଜାତିର ପକ୍ଷୀ ଠାବ

କୋଣାର୍କ – ବନଖଣ୍ଡ ପୁରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ କୋଣାର୍କ ବନାଞ୍ଚଳ ରେ ରବିବାର ପକ୍ଷୀ ଗଣନା କାର୍ଯ୍ୟ କରାଯାଇଛି । ଏହି ବନାଞ୍ଚଳ ଅଧୀନ ୭ଟି ସ୍ଥାନ ରେ ପକ୍ଷୀ ଗଣନା ଚାଲିଥିଲା। ଏଥିରେ ଜିଲ୍ଲା ଏସିଏଫ୍ ସମ୍ବିତ ପଣ୍ଡା,ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଙ୍କ ସହିତ ବନପାଳ କୋଣାର୍କ, ବନପାଳ ରାମଚଣ୍ଡୀ, ବନପାଳ ବାଲିଦୋକାନ ଙ୍କ ସହିତ ବନରକ୍ଷୀ ଓ ସ୍କ୍ୱାଡ଼ ମାନେ ପକ୍ଷୀ ଗଣନାରେ ସାମିଲ ଥିଲେ। ଏଥିରେ ୨୫/୩୦ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି। ଆଜିର ଏହି ଗଣନାରେ ୫୩ ପ୍ରଜାତିର ସହିତ ୭୨୫୩ ପକ୍ଷୀ ଚିହ୍ନଟ ସହ ଗଣନା କରାଯାଇଛି।

Leave a Reply

Your email address will not be published. Required fields are marked *