58ତମ କୁମାର ଉତ୍ସବ, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଘାଟିତ ।
58ତମ କୁମାର ଉତ୍ସବ, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଘାଟିତ । ଲଗ୍ନ ଲୋକିତ ତ୍ରିପାଠୀ ଏବଂ ଅରୋଶିଖା ରଥଙ୍କୁ ଶ୍ରୀକ୍ଷେତ୍ର କୁମାର ଓ ଶ୍ରୀକ୍ଷେତ୍ର କୁମାରୀ ସମ୍ମାନ,,ପୁରୀର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଟାନ କୁମାର ଉତ୍ସବ ସମିତି ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଂଗମଞ୍ଚ ଠାରେ ୫୮ ତମ କୁମାର ଉତ୍ସବ ବୁଧବାର ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଘାଟିତ ହୋଇଛି। ଅନୁଷ୍ଟାନର ସଭାପତି ବିଶିଷ୍ଟ ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବରେ ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ର ଯୋଗଦାନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ। ବିଶେଷ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ , ସୁପ୍ରିମକୋର୍ଟ ଅଧିବକ୍ତା ବିରଜା ମହାପାତ୍ର, ଯୋଗଦାନ କରିଥିଲେ। ସାଧାରଣ ସଂପାଦକ ସ୍ୱାଧୀନ କୁମାର ପଣ୍ଡା , ସ୍ୱାଗ୍ତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର , ଚକ୍ରଧର ମହାପାତ୍ର , ଉପଦେଷ୍ଟା ମନୋଜ ରଥ , ବିଦୁଲତା ଆଚାର୍ଯ୍ୟ , ସରସ୍ୱତୀ ପାତ୍ର , ଉପ ସଭାପତି ଅମରେନ୍ଦ୍ର ପାଇକରାୟ , ସ୍ମରଣୀକା ସଂପାଦକ ଶ୍ରୀକାନ୍ତ ମହାନ୍ତି, ପ୍ରତିଯୋଗିତା ଅଧ୍ୟକ୍ଷ ସୁୁକାନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଅନୁଷ୍ଟାନର ମୁଖପତ୍ର ଉନ୍ମୋଚନ ହେବା ସହ ସେଣ୍ଟ ଜାଭିୟର୍ସର ଲଗ୍ନ ଲୋକିତ ତ୍ରିପାଠୀ ଏବଂ ଡିଏଭି ପବ୍ଲିକ୍ ସ୍କୁଲର ଅରୋଶିଖା ରଥଙ୍କୁ ଯଥାକ୍ରମେ ଶ୍ରୀକ୍ଷେତ୍ର କୁମାର ଓ ଶ୍ରୀକ୍ଷେତ୍ର କୁମାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ରଚନା ଦାସଙ୍କୁ ଶ୍ରୀକ୍ଷେତ୍ର ଗୃହୂଣୀ ସମ୍ମାନିତ କରାଯାଇଥିବା ବେଳେ ଓଡିଶା ସର୍ଭିସରେ ଉତିର୍ଣ୍ଣ ହୋଇଥିବା ପୁରୀର ଗୈାରବ ସ୍ୱାତୀ ସ୍ନିଗ୍ଧା ସୁଆର ଏବଂ ସୈାମ୍ୟରଂଜନ ପଣ୍ଡାକୁ କୁମାର ଉତ୍ସବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯିବା ସହ ପୁରୀ ବିଚ୍ ଲାଇଫଗାର୍ଡ ଅନୁଷ୍ଟାନକୁ ସମ୍ମାନିତ କରାଯାଇଥିଲା।ସଭାକାର୍ଯ୍ୟ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବରଦ ମହାବୀର ମେଢନୃତ୍ୟ ଗ୍ରପୁ ପକ୍ଷରୁ ମେଢନୃତ୍ୟୁ , ରୂପା ଆଣ୍ଡ ଟ୍ରୁପ୍ ପକ୍ଷରୁ କୁମାର ପୁନେଇ ଜହ୍ନ . ଅନ୍ୟାନ୍ୟ କଳା ମନ୍ଦିର ପକ୍ଷରୁ ମାହାରୀ ନୃତ୍ୟ , ୟୁନିକ୍ ଷ୍ଟାଇଲ ମାଲଖଣ୍ଟ ପକ୍ଷରୁ ମାଲଖମ୍ବ , ବଲାଙ୍ଗୀର ଲୋହିସୀଙ୍ଗା ସଂଗୀତ ସାଧନା ଅନୁଷ୍ଟାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଲି୍ଙ୍ଗରାଜ କଳା ନିକେତନ ପକ୍ଷରୁ ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟୁ ପରିବେଷଣ କରାଯାଇଥିଲା। କାର୍ଯ୍ୟ୍କ୍ରମକୁ ପରିଚାଳନା କମିଟିର ଅଧ୍ୟକ୍ଷ ଭରତ କୁମାର ନାୟକ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ମଞ୍ଚ ସଂଯୋଜନା ଅଧ୍ୟକ୍ଷ ଶ୍ୟାମ ପ୍ରକାଶ ସେନାପତି । ଅନୁଷ୍ଟାନର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।
