ନାବାଳିକାଙ୍କୁ ଗର୍ଭବତୀ କଲା ଅଠାବନ ବର୍ଷୀୟ ବୃଦ୍ଧ

ନାବାଳିକାଙ୍କୁ ଗର୍ଭବତୀ କଲା ଅଠାବନ ବର୍ଷୀୟ ବୃଦ୍ଧ ।

  • ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ବୃଦ୍ଧ କୁ ବାନ୍ଧିଲା ପୋଲିସ ।
  • ନାବାଳିକା କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ବୃଦ୍ଧ।
  • ନାବାଳିକା ଜଣଙ୍କ ସାତ ମାସ ର ଗର୍ଭବତୀ ଥିବା ସୂଚନା
    ପୁଣି ଚାନ୍ଦବାଲି ରେ ଲଜ୍ଜା ।୧୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ସାତ ମାସର ଗର୍ଭବତୀ କରିଲା ୫୮ ବର୍ଷୀୟ ବୃଦ୍ଧ । ହଁ ଆଜ୍ଞା ଆପଣ ମାନଙ୍କୁ କଥା ଟି ଆଚମ୍ବିତ ଲାଗୁଥିବ।ହେଲେ କଥା ଟି ସତ ।କାମୁକ ବୃଦ୍ଧ ଏଵେ ଚାନ୍ଦବାଲି ପୋଲିସ ହେପାଜତରେ।
    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ପଞ୍ଚାୟତ ଠୁକୁରା ଗ୍ରାମରେ ଘଟିଛି ଏକ ଲଜ୍ଜାଜନକ ଘଟଣା।, ଜଣେ ୫୮ବର୍ଷୀୟ ବୃଦ୍ଧ ସେହି ଗ୍ରାମରେ ଜୈନିକ ୧୫ବର୍ଷର ନାବାଳିକାକୁ ବିଭିନ୍ନ ସମୟରେ ପ୍ରଲୋଭିତ କରି ତା ସହିତ ଶାରୀରିକ ସମ୍ପର୍କ ରଖି ସାତ ମାସର ଗର୍ଭବତୀ କରିଥିବା କଥା ଏଵେ ସାମ୍ନାକୁ ଆସିଛି ।ଯାହାକି ସମାଜ ପାଇଁ ଏକ ଘୃଣ୍ୟ କାମ। ଶାରୀରିକ ସମ୍ପର୍କ ର କିଛି ମାସ ପରେ ନାବାଳିକା ଜଣଙ୍କ ର ପେଟ ଯନ୍ତ୍ରଣା ହେବାରୁ ନାବାଳିକା ଜଣଙ୍କ ଡାକ୍ତରଖାନା ଯାଇଥିଲେ।ହେଲେ ସେଠାରେ ଡାକ୍ତର ଙ୍କ ପରୀକ୍ଷା ପରେ, ନାବାଳିକା ଜଣକ ସାତ ମାସର ଗର୍ଭବତୀ ଥିବା ଜଣାପଡିଥିଲା । ପରେ ଏହି ସବୁ ଘଟଣା ନାବାଳିକା ଜଣକ ନିଜ ପରିବାର ପାଖରେ କହିଥିଲେ । ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ କେସ୍ ନମ୍ବର ୧୨୨/୨୬ ମୂଳେ ମାମଲା ରୁଜୁ କରି ୫୮ ବର୍ଷୀୟ ଦେବେନ୍ଦ୍ର ନାୟକଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଛି। ଏଠାରେ ପ୍ରଶ୍ନ ଉଠୁଛି କେଵେ ସୁଧୁରିବ ଆମ ମାନଙ୍କ ର ଏପରି ଏକ ଘୃଣ୍ୟ ମାନସିକତା।
    ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *