ବାଣପୁର ରେ 5t ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଚିଲିକା /ବାଣପୁର ଚିଲିକା ବିଜେଡି କର୍ମୀ ଙ୍କ ମଧ୍ୟ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହାର କାରଣ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ 5t ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କୁ ଦର୍ଶନ କରିବା ପରେ ମା’ ଭଗବତୀ ଦେବୀଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପରେ ପଲଟଣ ସ୍ଥିତ ଆୟୋଜିତ ସଭାରେ ଯୋଗ ଦେଇଥିଲେ 5t ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବାଣପୁର ଠାରୁ ଆଇତ ପୁର ଛକ ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ପାଇଁ ଛବିଶ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ପାଣ୍ଡିଆନ ଏବଂ ଫ୍ରେବୁଆରି ମାସରେ ପତେକ ପଞ୍ଚାୟତ ରୁ ଲଷ୍ମୀ ବସ ଗଡିବ ବୋଲି କହିଛନ୍ତି ପାଣ୍ଡିଆନ l ଭତା ବୃଦ୍ଧି ସହିତ ଅଙ୍ଗନ ବାଡ଼ି ଓ ଆସ କର୍ମୀଙ୍କ ଦରମା ବୃଦ୍ଧି କରାଇବେ ବୋଲି ଘୋଷଣା କରିଛନ୍ତି l ପରେ ପରେ ମିଶନ ଶକ୍ତି କେଫ୍ ପରିଦର୍ଶନ କରିଥିଲେ , ସେଥିପାଇଁ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେହିଠାରେ ପାଣ୍ଡିଆନ ମହିଳା ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀଯୁକ୍ତ ପାଣ୍ଡିଆନ୍ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି । ଏହାପରେ ଦିନ ପ୍ରାୟ ୨ ଟା ୩୦ ମିନିଟରେ ସେ ବାଣପୁର ରୁ ନିକଟସ୍ଥ ହେଲିପ୍ୟାଡକୁ ଯାଇ ସେଠାରୁ ରଣପୁର ଅଭିମୁଖେ ଯାତ୍ର କରିଥିଲେ ।

ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ

Leave a Reply

Your email address will not be published. Required fields are marked *