ଅସରାଇ ବର୍ଷା ରେ ପାଣିରେ ବୁଡିଲା 5T ବିଦ୍ୟାଳୟ ର ଶ୍ରେଣୀ ଗୃହ
Date- 18/08/25ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ପଞ୍ଚାୟତ ର 5T ବିଦ୍ୟାଳୟ ବର୍ତ୍ତମାନ ଦୟନୀୟ ଅବସ୍ଥାରେ ଚାଲିଛି । ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷାରେ ବଡଗଡ ଠାରେ ଥିବା ହାଡୁ ସରାବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ ଗୃହ ରେ ପାଣି ଲହଡ଼ା ମାରୁଥିବା ଦେଖିବାକୁ ମିଳିଛି । ସତେ ଯେମିତି ଲାଗୁଛି ଏଠାରେ କୂତ୍ରିମ ବନ୍ଧ ତିଆରି ହୋଇଛି । ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚରେ ବିଦ୍ୟାଳୟ ଗୁଡ଼ିକୁ 5t ରେ ରୁପାନ୍ତି କରଣ ହୋଇଥିଲେ ମଧ୍ୟ ବହୁ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି । ଏହି ସ୍କୁଲ ଟି 5t ରେ ରୁପନ୍ତି କରଣ ହୋଇଛି ସତ୍ କିନ୍ତୁ ଶ୍ରେଣୀ ଗୃହର ଅଭାବ ଥିବା ଯୋଗୁଁ ପିଲା ମାନେ ଭଙ୍ଗା ଘରେ ପାଠ ପଢୁଥିବା କହିଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ । ବର୍ଷା ହେବା ମାତ୍ରେ ଶ୍ରେଣୀ ଗୃହର ପାଣି ଭର୍ତ୍ତି ହେଇଯାଉଛି l ଯାହା ଫଳରେ ପିଲାମାନେ ଏଭଳି ଅବସ୍ଥା ହଉଥିବା କହୁଛନ୍ତି l
