ତ୍ରିନାଥ ଜରାଶ୍ରମ ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ସ୍ଥିତ ତ୍ରିନାଥ ଜରାଶ୍ରମ ର ପଞ୍ଚମ ବାର୍ଷିକ ଉତ୍ସବ ଓ ମକର ମିଳନ ଅନୁଷ୍ଠିତ ହୋଇ ଯାଇଛି । ସଭାପତି କୈଳାସ ଚନ୍ଦ୍ର ମୁଦୁଲି ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ର ବିଧାୟକ ଅମରେନ୍ଦ୍ର ଦାସ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଜରାଶ୍ରମ ରେ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଜରାଶ୍ରମ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମକର ମିଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ସମ୍ମାନୀତ ଅତିଥି ଓ ଜନସାଧାରଣ ମାନେ ଯୋଗ ଦେଇ ମକର ଚାଉଳ ଖାଇବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ।

ଜଗତସିଂହପୁରରୁ ରୀତା ସାହୁ ।

Leave a Reply

Your email address will not be published. Required fields are marked *