ପଞ୍ଚମ ସନ୍ଧ୍ୟାରେ ନାଟକ”ଜୀବନ ଯେମିତି” ମଂଚସ୍ଥ

ପଞ୍ଚମ ସନ୍ଧ୍ୟାରେ ନାଟକ”ଜୀବନ ଯେମିତି” ମଂଚସ୍ଥ। 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ବ୍ରହ୍ମପୁର।()-ବ୍ୟକ୍ତି ବ୍ୟକ୍ତିକୁ ନେଇ ପରିବାର ଓ ସମାଜ । ଜଣେ ମଣିଷ ଆଉ ଜଣେ ମଣିଷକୁ ବୁଝିପାରିଲେ ପରିବାର ତିଷ୍ଠିରହେବ ସମାଜ ବଂଚି ରହେ ।କିନ୍ତୁ ବୁଝାମଣାର ଏ ତାଳଲୟ ବେଳେବେଳେ ବେସୁରା ହୋଇଯାଏ ।ଛନ୍ଦ ହଜିଯାଏ ଜୀବନରୁ ଆଉ ହୁଗୁଳିଯାଏ ପରିବାର ।

ଭୁଶୁଡ଼ି ପଡେ ସମ୍ପର୍କର ସେତୁ ।ପୁଣିଥରେ ଜୀବନର ଛନ୍ଦ ଫେରି ଆସିବା ବେଳକୁ ହାଜ8ଯାଇଥାଏ ବର୍ଷ ମାସ ବୟସ ।ଶେଷରେ ଅନୁତାପ ଚଡବ୍ମିକିଛି ନଥାଏ । ଏଇତ ଜୀବନ । ଏମିତି କିଛି ବଳିଷ୍ଠ କଥାବସ୍ତୁକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ରାଉରକେଲା ରଙ୍ଗମଞ୍ଚ ନାଟ୍ୟସଂସ୍ଥାର ନାଟକ”ମିଥ୍ୟା”ଜୀବନ ଯେମିତି” ।ଡଃ.ପଞ୍ଚାନନ ପାତ୍ରଙ୍କ ରଚିତ ଓ କୈଳାସ ପାଣିଗ୍ରାହୀଙ୍କ ନିର୍ଦ୍ଦେଶିତ ଏହି ନାଟକରେ ସଙ୍ଗୀତ କାହ୍ନା ଦେଇଥିବା ବେଳେ ଆଲୋକରେ ରାକେଶ ଓ ମଞ୍ଚସଜ୍ଜାରେ ଲକ୍ଷ୍ମୀକାନ୍ତ ରହିଛନ୍ତି । ନାଟକରେ ସୁଦେଶ,ଉମାଶଙ୍କର ,ସରୋଜ,ସୌମ୍ୟ ରଞ୍ଜନ,ଦେଵଜିତ,ସୌମ୍ୟା, କୈଳାସ,ପ୍ରମୁଖ ଅଭିନୟ କରିଥିଲେ । ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ପଞ୍ଚମ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ମହୋତ୍ସବର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା,ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ସୁନିଲ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ବ୍ୟାପୀ ହେବାକୁ ଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ସଂଗଠନ ସଭାପତି ଅନିଲ ପାତ୍, ଉପସଭାପତି ଡ଼. ସନ୍ୟାସୀ ମହାରଣା,ସଂପାଦକ ରାଜ ଗୋପାଳ ପାଢ଼ୀ,ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉମେଶ ଚୌଧୁରୀ,,ସୁବାସ ସାହୁ,,ଆରତୀ ପାତ୍ର,,ବିନାୟକ ହୋତା,, ସିଏଚ.ଦେବଦାସ ,ଗିରିଜା ଶଙ୍କର ଦାସ, ଜୟନ୍ତୀ ମିଶ୍ର ପ୍ରମୂଖ ସହଯୋଗ କରିଥିଲେ । କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ବର୍ଗତ ଉପେନ୍ଦ୍ର ମିଶ୍ରଙ୍କ ସ୍ମୃତି ସମ୍ମାନରେ ସଂଗଠକ ତଥା କବି ମିହୀର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *