ବ୍ରହ୍ମପୁରରେ ୬ମାଉଜାର ଓ ୧୨ଟି ଗୁଳି ଜବତ, ୧୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ପରେ ବ୍ରହ୍ମପୁର ପୁଲିସ ଜିଲରେ ଧରପଡ଼ିଛି ମାଉଜର୍। ନିମଖଣ୍ଡି, ସଦର, ଗୋସାଇଁନୂଆଗାଁ, ବଡ଼ବଜାର ଓ ଦିଗପହଣ୍ଡି ଥାନା ପୁଲିସ ୬ଟି ମଉଜର ଓ ୧୨ଟି ଗୁଳି ଜବତ କରିଛି। ସଂପୃକ୍ତ ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ସୂଚନା ଦେଇଛନ୍ତି। ବ୍ରହ୍ମପୁର ପୁଲିସ ପକ୍ଷରୁ ସପ୍ତାହେ ହେଲା ସ୍ଵତନ୍ତ୍ର ଡ୍ରାଇଭ୍ ଚାଲିଥିବା ବେଳେ ବହୁ ହର୍ଡକୋର୍ ଅପରାଧୀଙ୍କୁ ପୁଲିସ ଉଠାଇ ଆଣି ଜେରା କରିଥିଲା। ସେମାନଙ୍କ ଠାରୁ ଜବତ ହୋଇଛି ଏହି ମାଉଜର। ଗିରଫ ଅପରାଧୀଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ଆଇଜି କହିଛନ୍ତି। ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ ଏହି ସ୍ପେଶାଲ୍ ଡ୍ରାଇଭର ନେତୃତ୍ୱ ନେଇଥିଲେ ବୋଲି ଆଇଜି କହିଛନ୍ତି।

Leave a Reply

Your email address will not be published. Required fields are marked *