ରାୟଗଡ଼ାରେ ୬୧ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡାତା ୦୬-୧୨-୨୩ ରାୟଗଡା ଜିଲ୍ଲା ଚାନ୍ଦିଲି ସ୍ଥିତ ରିଜର୍ଭ ପୋଲିସ ପଡିଆଠାରେ ୬୧ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇଥିଲେ । ଗୃହରକ୍ଷୀ ବାହିନୀପକ୍ଷରୁ ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରାଯିବା ସହ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରାଯାଇଥିଲା । କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୃହରକ୍ଷୀ ସିଧାଂଶୁ ପରିଚ୍ଛା, କାଶିରାମ ମିଶ୍ର, ରବୀନ୍ଦ୍ର କୁମାର ପଟ୍ଟନାୟକ ଶ୍ରୀ ପାଢ଼ୀ ଓ ଅଶୋକ କୁମାର ବାରିକଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶର୍ମା ପୁରସ୍କୃତ କରିଥିଲେ ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *

You may have missed