୬୧ତମ ରାଜ୍ୟ ଜୁନିଅର ବାସ୍କେଟବଲ୍ ଚାମ୍ପିଅନସିପ ଉଦଯାପିତ

ଗତ ୦୨/୦୭/୨୦୨୫ ତାରିଖ ସନ୍ଧ୍ୟାରେ ବିଶ୍ଵ ବିଦ୍ୟାଳୟ ଇନ୍- ଡୋର ଷ୍ଟାଡିୟମ୍ ରେ ଚାଲିଥିବା କନିଷ୍ଠ ବର୍ଗ ବାସ୍କେଟ ବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ବାଳକ ବର୍ଗରେ ଗଞ୍ଜାମ ଦଳ ୭୧ to ୬୮ ପଏଣ୍ଟ ରେ କଟକ ଦଳ କୁ ପରାସ୍ତ କରିଥିବା ବେଳେ ବାଳିକା ବର୍ଗ ରେ କଟକ ର ଏଣ୍ଟର୍ଟେନର ଦଳ ପୁରୀ ଦଳ କୁ ୫୫ to ୫୨ ପଏଣ୍ଟ ରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ଉଦଯାପନ ଉତ୍ସବରେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ଚମ୍ପିୟାନ ଦଳ କୁ ୧୦୦୦୦ଏବଂ ରନର୍ସ ଦଳକୁ ୫୦୦୦ ତଥା ବିଜେତା କ୍ୟାପ ଓଡ଼ିଶା ବାସ୍କେଟବଲ ଆସୋସିଏସନ ତରଫରୁ ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ଶ୍ରୀ ଆଲୋକ ଲାକ୍ରା ବାଳକ ବର୍ଗରେ ଏବଂ ସୁଶ୍ରୀ କାଜଲ ବାରିକ ବାଳିକା ବର୍ଗରେ ପୁରସ୍କୃତ ହୋଇଥିଲେ। ଏଥିରେ ରାଜ୍ୟ ବାସ୍କେଟ ବଲ୍ ସଂଘ ର ସଭାପତି ଜ୍ଞାନ ରଞ୍ଜନ ପରିଡ଼ା, ଉପସଭାପତି ନିରଜ୍ ଯାଦବ, ଅମିୟ ମହାପାତ୍ର, ରଶ୍ମି ସାମନ୍ତରା, ସନ୍ତୋଷ ମହାନ୍ତି, ଶରତ ମହାପାତ୍ର ଏବଂ ଶତାଧିକ ଖେଳାଳୀ ଯୋଗ ଦେଇଥିଲେ ବୋଲି ବାସ୍କେଟବଲ ଆସୋସିଏସନର ସମ୍ପାଦକ ଶ୍ରୀ ଅଶୋକ ସାହୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *