ସହିଦ୍ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ୬୧ ତମ ବିଶ୍ଵ ଧଳାବାଡି ଦିବସ ପାଳନ

ସହିଦ୍ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ୬୧ ତମ ବିଶ୍ଵ ଧଳାବାଡି ଦିବସ ପାଳନ

ବ୍ୟାସନଗର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସହିଦ୍ ଭଗତ ସିଂହ ଯୁବକ ସଂଘ” ପକ୍ଷରୁ ଆଜି ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନ୍ ହଲ୍ ଠାରେ ରାଜ୍ୟସ୍ତରୀୟ ୬୧ ତମ “ବିଶ୍ଵ ଧଳାବାଡ଼ି ଦିବସ” ପାଳନ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଭଦ୍ରକ, ଯାଜପୁର, କଟକ, ବାଲେଶ୍ଵର, ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡ଼, ନବରଙ୍ଗପୁର, କେନ୍ଦୁଝର ଆଦି ବିଭିନ୍ନ ଜିଲ୍ଲାରୁ ପ୍ରାୟ ଷାଠିଏ ରୁ ଉର୍ଦ୍ଧ ଦୃଷ୍ଟି ବାଧିତ ବ୍ୟକ୍ତି ଏହି ଦିବସରେ ଉପସ୍ଥିତ ଥିଲେ। ସଭାପତି ରାଜେନ୍ଦ୍ର ବିଶ୍ଵାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭା କାର୍ଯ୍ୟକ୍ରମ ରେ କୋରାଇ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ତଥା ଶ୍ରୀଯୁକ୍ତ ପୀୟୂଷକାନ୍ତ ପାଣି ଯୋଗଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ସମାଜ ସେବୀ ଶ୍ରୀଯୁକ୍ତ ନରେଶ କୁମାର ମସ୍କରା ଯୋଗଦେଇ ଖୁସି ବ୍ୟକ୍ତ କରିବା ସହ ଏଭଳି ସମାଜସେବା କାର୍ଯ୍ୟରେ ସମସ୍ତେ ସହଯୋଗ ର ହାତ ବଢ଼ାଇବା ଦରକାର ବୋଲି କହିଥିଲେ। ଅନ୍ୟତମ ସମାନନୀୟ ଅତିଥି ଭାବେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଧଳ ଏବଂ ସମାଜସେବୀ ଶ୍ରୀଯୁକ୍ତ ମହାମାୟା ପ୍ରତାପ ସ୍ୱାଇଁ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ। ସଭା କାର୍ଯ୍ୟ ପରେ ଉପସ୍ଥିତ ଦୃଷ୍ଟି ବାଧିତ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଧଳା ବାଡ଼ି ବଣ୍ଟନ କରାଯାଇଥିଲା। ଯାଜପୁର ଜିଲ୍ଲାର କୋରାଇ ଅଞ୍ଚଳସ୍ଥ ବଡ଼ ବିରୁହାଁ ଗ୍ରାମର ମହେଶ କୁମାର ପଣ୍ଡା ଯିଏକି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ହୋଇ ମଧ୍ୟ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ହାସଲ କରି ଆମ ଜିଲ୍ଲାର ଗୌରବ ବଢାଇ ଥିବାରୁ ଆଜିର ଏହି ବିଶ୍ଵ ଧଳାବାଡ଼ି ଦିବସ ରେ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ସଂଘର ସଭ୍ୟ ବାଇଧର ମାଝୀ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସଂଘର ସମ୍ପାଦକ ହେମନ୍ତ ଧୀର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *