ଆନନ୍ଦପୁର ମହାବିଦ୍ୟାଳୟ ର ୬୨ ତମ ବାର୍ଷିକ ଉତ୍ସବ

ଆନନ୍ଦପୁର ମହାବିଦ୍ୟାଳୟ ର ୬୨ ତମ ବାର୍ଷିକ ଉତ୍ସବ କୁ ମହାବିଦ୍ୟାଳୟ ପରିଚାଳନା ପରିଷଦ ର ସଭାପତି ତଥା ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳ ମାଧବ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେସ୍ଵତନ୍ତ୍ର ଅତିଥି ଭାବେ ଉପଖଣ୍ଡ ର ପୋଲିସ ଅଧିକାରୀ ଶ୍ରୀଯୁକ୍ତ କମଳା କାନ୍ତ ପଣ୍ଡା,ମୁଖ୍ୟ ବକ୍ତା ଭାବେ ବ୍ରହ୍ମଚାରୀ ସଂଗ୍ରାମ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ସିନେ ତାରକା ଧାରା ଶ୍ରାବଣୀ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେଅଧ୍ୟାପକ କାହୁଁ ଚରଣ ଜେନା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସଂଘମିତ୍ରା ରାଉତ ଧନ୍ୟ ବା ଦ ଅର୍ପଣ କରିଥିଲେସର୍ବ ପ୍ରଥମେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଅଧ୍ୟାପକ ରଞ୍ଜନ ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେମୁଖ୍ୟ ଅତିଥି ମହାବିଦ୍ୟାଳୟ ର ମୁଖ ପତ୍ର ଶାଶ୍ଵତ କୁ ଉନ୍ମୋଚନ କରିଥିଲେସାଂସ୍କୃତିକ କାର୍ଯ କ୍ରମ ଓ ସଙ୍ଗମ ଅର୍କେଷ୍ଟ୍ରା ଦ୍ଵାରା ମେଲୋଡି ପରିବେଷଣ କରାଯାଇ ଥିଲା ଅଧ୍ୟାପକ leftnant ରଘୁ ଦିପ୍ତ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *