ରାୟଗଡାରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ
ରାୟଗଡାରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତରାୟଗଡ଼ ବ୍ଲକର ଚାନ୍ଦୀଲି ଥାନା ସ୍ଥିତ ନୂଆ ରିଜର୍ଭ ପୋଲିସ ପଡ଼ିଆରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ରାୟଗଡ ଜିଲ୍ଲା ଗୃହରକ୍ଷୀ ବାହିନୀ ଦ୍ଵାରା ଅନୁଷ୍ଠିତ ପ୍ୟାରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର ଓ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପାତ୍ର ଯୋଗ ଦେଇ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପତି ମୂର୍ମ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ ଙ୍କ ଶୁଭେଛା ବାର୍ତ୍ତା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର ପଢି ଶୁଣାଇଥିଲେ। ଗୃହରକ୍ଷୀ ବାହିନୀର ଅଭିଜ୍ଞ, ଯୋଗ୍ୟ, କର୍ମଠ,ସାହସୀ ୯ଜଣ କାର୍ଯ୍ୟରତ ଗୃହରକ୍ଷୀ ଙ୍କୁ ପୁରସ୍କୃତ କରାଯାଇଥିଲା, ରାମନାଗୁଡ଼ା ଥାନା ର ଡି. ତ୍ରିନାଥ ରାଓ, ରାୟଗଡା ଥାନା ର ବିଦ୍ୟାଧର ଗୌଡ, ଗୁମୁଡା ଫାଣ୍ଡି ର ଶଙ୍କର ପଣ୍ଡା, ଚନ୍ଦ୍ରପୁର ଥାନାର ରାଧା ମାଝୀ, ଗୁଣୁପୁର ଥାନା ର ଅନନ୍ତ ନାଗବଂଶ, ପୁଟlସିଂ ଥାନାର ଆଭାସୀନି ଲିମା, ରାୟଗଡା ଥାନାର ଅଶୋକ କୁମାର ପାଢ଼ୀ, କାଶିପୁରଥାନା ର ଯୋସାବନ୍ତି ବନୁଆ, ମୁନିଗୁଡ଼ା ଥାନା ର ରମେଶ ଚନ୍ଦ୍ର ପ୍ରଧାନୀ ଙ୍କୁ ଅର୍ଥ ରାଶି ଓ ପଦକ ପ୍ରଦାନ କରିଥିଲେ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
