୬୫ ଲିଟର ହାତ ରନ୍ଧା ଦେଶୀ ମଦ ଜବତ,ଅଭିଯୁକ୍ତ ଗିରଫ।
୬୫ ଲିଟର ହାତ ରନ୍ଧା ଦେଶୀ ମଦ ଜବତ,ଅଭିଯୁକ୍ତ ଗିରଫ। ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ମହୋଦୟ ଙ୍କ ନିର୍ଦ୍ଧେଶ କ୍ରମେ, ଅବକାରୀ ନିରୀକ୍ଷକ ଙ୍କ ତତ୍ତ୍ଵାବଧାନରେ ପାର୍ବଣ ଋତୁ ପରିପେଖିରେ ଚୋରା ମଦ କାରବାର କୁ ରୋକିବା ପାଇଁ ଅଦ୍ୟ ତାରିଖ ୧୮.୧୦.୨୦୨୫ ରେ, ଦୀଲିପ କୁମାର ରଥ ସମେତ ବିଭାଗିୟ କର୍ମଚାରୀ ମାନଙ୍କ ସହ ମିଶି ୩ ଗୋଟି ଅବକାରୀ ମାମଲା ରୁଜୁ କରି 03 ଜଣଙ୍କୁ କୋର୍ଟ ଚାଲାଣ କରିବା ସହ 03 ଗୋଟି ମୋଟର ସାଇକଲ ସହ 65 ଲିଟର ହାତ ରନ୍ଧା ମଦ ଜବତ କରାଗଲା। (୧) କୋଡ଼ିଗା ଥାନା ଅନ୍ତର୍ଗତ, ଭାଟିଗାଁ ଛକ ନିକଟରେ ଦୁଇଗୋଟି ବାଇକ୍ ସହ ଦୁଇଟି ଆସାମୀ ଯଥା ହରିଶ୍ ଚନ୍ଦ୍ର ଭତ୍ରା (୨୨) ଗାଡ଼ି ନମ୍ବର OD-24-K-1889 ରେ 15 litre ଏବଂ ର!ମଧର ଭତ୍ର।(୪୦) OD-24-M-6449 ରେ 25 litre ଦେଶୀ ମଦ ଜବତ ଏବଂ ନବରଙ୍ଗପୁର ଥାନା ଅନ୍ତର୍ଗତ କୁକୁଡ଼ାବାଇ ଛକ ନିକଟ ରେ ଅନ୍ୟ ଏକ ଆସାମୀ ଋତୁରାଜ ଚାଲାନ (୨୬) OD-24-1587 ରେ 25 ଲିଟର ଦେଶୀ ମଦ ଜବତ ଏବଂ ଆସାମୀ ଙ୍କୁ ଗିରଫ କରି ନବରଙ୍ଗପୁର ଅବକାରୀ ଥାନା କେସ ନଂ ୨୦୯, ୨୧୦ ଏବଂ ୨୧୧/୨୦୨୫-୨୬ ରେ କୋର୍ଟ ଚାଲାଣ କରାଗଲା। ଉକ୍ତ ଚଢାଉ ରେ ଅବକାରୀ ଉପ ନିରୀକ୍ଷକ ଶ୍ରୀ ବିଙ୍ଗର!ଜ୍ ଦାମୀ, ସହ ଉପ ନିରୀକ୍ଷକ ଶ୍ରୀ କିଲାଡା ଭାସ୍କର, ଅବକାରୀ ସିପାହୀ ଶ୍ରୀ ସୁଧାଂଶୁ ଶେଖର ବ।ଘ୍, ସଦାଶିବ ଭତ୍ର।, ଉମେଶ ହରିଜନ, ରଞ୍ଜି ଜାନି ଅଂଶ ଗ୍ରହଣ କରି ଥିଲେ।ଜବତ ଜିନିଷ ଗୁଡ଼ିକର ଆନୁମାନିକ ମୂଲ୍ୟ ଟ ୧,୭୩,୦୦୦/- ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ କରିଛନ୍ତି !
