୬୬୨ ବର୍ଗ କଲେଜ ଅଧ୍ୟାପକମାନଙ୍କ ଆନ୍ଦୋଳନ
ସମାନ ଗ୍ରେଡ ପେ, ସମାନ କାମକୁ ସମାନ ଦରମା, ୨୦୧୮ ଜିଓ ଅନ୍ତର୍ଭୁକ୍ତ କର୍ମଚାରୀ ସପ୍ତମ ବେତନ କମିଶନ ଅନୁସାରେ ଦରମା, ଅବସର ପରେ ପେନସନ ଲାଗୁ କରିବା ଦାବି ନେଇ ୬୬୨ ବର୍ଗ କଲେଜ ଅଧ୍ୟାପକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଜଗତସିଂହପୁର ଜିଲ୍ଲା ୬୬୨ ବର୍ଗ କଲେଜ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର କୁମାର ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜ ଛକ ଗଣେଶ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୬୬୨ ବର୍ଗ ରାଜ୍ୟ ସଂଘ ଡ଼ାକରାରେ ଦୀର୍ଘ ୧୫୦ ଦିନ ହେବ ଲୋୟର ପିଏମଜିରେ ଧାରଣା ଦେବା ପରେ ସରକାର କର୍ଣ୍ଣପାତ ନ କରିବାରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଉଛି । ଯଦି ସରକାର ଜୁଲାଇ ୨୦ ତାରିଖ ମଧ୍ୟରେ ଏହାର ସମାଧାନ ନ କରନ୍ତି ତେବେ 20 ତାରିଖ ଠାରୁ ସମସ୍ତ କଲେଜ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ ।
ବାଇଟ୧-ସୁଧୀର ମହାନ୍ତି (ସାଧାରଣ ସମ୍ପାଦକ, ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ, ଜଗତସିଂହପୁର)
ବାଇଟ୨-ଅଧ୍ୟାପିକା
ରିପୋର୍ଟ – ରୀତା ସାହୁ,ଜଗତସିଂହପୁର।
