୬୬୨ବର୍ଗ ମହାବିଦ୍ୟାଳୟ ସଂଘ ପକ୍ଷରୁ ପ୍ରତିବାଦ ଓ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ରାୟଗଡ,ତା-୧୨/୦୭/୨୩- ଆଜି ୬୬୨ବର୍ଗ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ଆହ୍ବାନ କ୍ରମେ ରାୟଗଡା ଜିଲ୍ଲା ସଭାପତି ଶ୍ରୀ ହୃଷୀକେଶ ଜାଲି, ଉପସଭାପତି ଡକ୍ଟର ପ୍ରଶାନ୍ତ ହୋତା, ସମ୍ପାଦକ ଶ୍ରୀ ସଞ୍ଜୟ ତ୍ରିପାଠୀ ଓ ତପନ ସାହୁଙ୍କ ବଳିଷ୍ଠ ନେତୃତ୍ୱରେ ଚାରି ଦଫା ଦାବି ପୂରଣ ନିମନ୍ତେ ସଂସ୍କୃତି ଭବନରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରରେ ବାହାରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଦୀର୍ଘ ୧୫୦ ଦିନ ଧରି ୬୬୨ବର୍ଗ ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ସରକାର ନୀରବ ଦ୍ରଷ୍ଟା ଭାବେ ବସିଛନ୍ତି । ପ୍ରମୁଖ ଦାବି ଗୁଡ଼ିକ ହେଲା ସରକାରଙ୍କ ୪୪୮ ଓ ୬୬୨ବର୍ଗର ଅସଙ୍ଗତି ଓ ଅସମାନତା ଦୂର କରିବା, ସମାନ କାମକୁ ସମାନ ଦରମା, ପେନସନ ପ୍ରଦାନ, ୨୦୧୮ଅଧ୍ୟାପକ କର୍ମଚାରୀଙ୍କୁ ସପ୍ତମ ବେତନ ଲାଗୁ କରିବା । ସରକାରଙ୍କୁ ପୁନର୍ବାର ଅବଗତ କରାଇବା ସହ ଦାବି ପୂରଣ ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।
ରିପୋର୍ଟ- ନିଳାମ୍ବର ମିଶ୍ର, ରାୟଗଡା ।
