ଷୋଡ଼ଶ ମେଧାବୀ ଅଭିନନ୍ଦନ ୨୦୨୩ଅନୁଷ୍ଠିତ
ଷୋଡ଼ଶ ମେଧାବୀ ଅଭିନନ୍ଦନ ୨୦୨୩ଅନୁଷ୍ଠିତ ତା ୩୦-୦୭-୨୩ ଜଟଣୀ ସ୍ଥିତ ଅଗ୍ରୱାଲା ଧର୍ମଶାଳା ପରିସରରେ ସଂସ୍କୃତି ସୁରକ୍ଷା ସମିତି ଓ ପାଣ୍ଡବ ଜେନା ଫାଉଣ୍ଡେସନ, ଜଟଣୀଙ୍କ ମିଳିତ ପ୍ରୟାସରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ୨୦୨୩ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ୨୭୨ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଖବର କାଗଜର ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ସାଂସଦ ଶ୍ରୀ ତଥାଗତ ସତପଥୀ ଯୋଗ ଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ନାଇଜର ଭୁବନେଶ୍ୱରର ଡିନ ଶ୍ରୀ ପ୍ରଣୟ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ଶ୍ରୀ ସତପଥୀ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା କହିବାକୁ ପରାମର୍ଶ ଦେଇଥିଲେ ସମ୍ମାନୀୟ ଅତିଥି ଭାବେ ଏନ୍ ଏସ ଏସ ଓଡ଼ିଶାର ଉପଦେଷ୍ଟା ଶ୍ରୀ ମଧୁସୂଦନ ଦାସ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ଶ୍ରୀ ତ୍ରିଲୋଚନ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପାଣ୍ଡବ ଜେନା ଫାଉଣ୍ଡେସନ, ଜଟଣୀର ଅଧ୍ୟକ୍ଷ ଡ଼ ସନ୍ତୋଷ ଜେନା ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୧୬ବର୍ଷ ଧରି କିପରି ଗରୀବ ଅସହାୟ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ତାଙ୍କୁ ଆର୍ଥିକ ସହାୟତା ଦେଇ ଆସୁଛନ୍ତି ସେ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ପ୍ରାୟତଃ ଗ୍ରାମାଞ୍ଚଳର ବାଳିକା କିପରି ଅଧିକ ସଂଖ୍ୟାରେ ଉଚ୍ଚ ଶିକ୍ଷା ପାଇପାରିବେ ଫାଉଣ୍ଡେସନ ସେ ଦିଗରେ ଉଦ୍ୟମ ଜାରି ରଖିଛି । ଅନୁଷ୍ଠାନର ସଦସ୍ୟ ଶ୍ରୀ ରାମଚନ୍ଦ୍ର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ପ୍ରହଲ୍ଲାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଜଟଣୀ, ଖୋର୍ଦ୍ଧା ଓ ଭୁବନେଶ୍ବର ବ୍ଲକରୁ ଆସିଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସତପଥୀ ପ୍ରମାଣ ପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ଉତ୍ତରୀୟ , ପୁଷ୍ପ ଗୁଚ୍ଛ ଓ ଗୋଟିଏ ଗୋଟିଏ ବଉଳ ଗଛର ଚାରା ଦେଇ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପାଣ୍ଡବ ଜେନା ଫାଉଣ୍ଡେସନର ତଥା ପୂର୍ବତନ ଜିଲ୍ଲାପରଷଦ ସଦସ୍ୟା ଶ୍ରୀମତୀ ବିନତି ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
