ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ।

୬୬ତମ ପୁଲିସ ସ୍ମୃତି ଦିବସ ଖୋର୍ଦ୍ଧା ଜିଲ୍ଲା ରିଜର୍ଭ ପୁଲିସ ଲାଇନରେ ପାଳନ କରାଗଲା । ଏହି ଅବସରରେ ଦେଶ ସୁରକ୍ଷା ଓ ଲୋକଶାନ୍ତି ପାଇଁ ନିଜ ଜୀବନର ବଳିଦାନ ଦେଇଥିବା ପୁଲିସ ବିଭାଗର ବୀର ଶହୀଦ ସହୋଦରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା ।ଉକ୍ତ ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, IPS ମହାଶୟଙ୍କ ଅଧ୍ୟକ୍ଷତାରେ ପୁଲିସ କର୍ମଚାରୀମାନେ ଶହୀଦମାନଙ୍କ ଭବନ୍ତି ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ । ଶହୀଦମାନଙ୍କ ସାହସ, ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ୍ ନିରବତା ପାଳନ କରାଗଲା ।

ଅବସରରେ ଏସ୍‌ପି ଶ୍ରୀ ଶର୍ମା ମହାଶୟ ପୁଲିସ ବିଭାଗର ସେହି ସାହସିକ ଓ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରି କହିଲେ ଯେ, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନର ପାଳନ ପାଇଁ ପୁଲିସ ସଦା ସମର୍ପିତ ଅଛନ୍ତି । ସେ ସମସ୍ତଙ୍କୁ ଶହୀଦମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ କଲେ ।ଅନୁଷ୍ଠାନ ଶେଷରେ ସମସ୍ତ ପୁଲିସ କର୍ମଚାରୀ ସମାଜ ସେବା, ନିଷ୍ଠା ଓ ଇମାନଦାରୀ ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କଲେ l

Leave a Reply

Your email address will not be published. Required fields are marked *