ସୁଦର୍ଶନ ବଟ ମହାପୁରୁଷ ଙ୍କ ପୀଠରେ ୬୮ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
ତିର୍ତ୍ତୋଲ: ଭକ୍ତର ଡାକ ଶୁଣି ମନବାଞ୍ଚା ପୂରଣ କରୁଥିବା ଠାକୁର ସୁଦର୍ଶନ ବଟ ମହାପୁରୁଷ, ମାନସିକଧାରୀ ମାନେ ସେମାନଙ୍କ ମାନସିକ ପୂରଣ ହେବା ପରେ ଗଞ୍ଜେଇ ଧୂପ ସହିତ ଖିରି ଖେଚୁଡ଼ି ଭୋଗ ଲାଗି କରିଥାନ୍ତି ପୀଠରେ | ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ଅନ୍ତର୍ଗତ କେଶରଡ଼ା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ସୁଦର୍ଶନ ବଟ ମହାପୁରୁଷ ଙ୍କ ପୀଠରେ ୬୮ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଏକ ଭକ୍ତିମୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଅଛି | ଏହି ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପି ଆୟୋଜନ ହେଉଥିବା ବେଳେ ପ୍ରଥମ ଦିବସରେ ଅଷ୍ଟମ ପ୍ରହର ନାମ ଯଜ୍ଞ, ଦ୍ଵିତୀୟ ସନ୍ଧ୍ୟା ରେ ପାଲା ପରିବେଷଣ ପରେ ପରେ କାଠି ଲଉଡ଼ି ପ୍ରଦର୍ଶନ ଏବଂ ତୃତୀୟ ଏବଂ ଚତୁର୍ଥ ସନ୍ଧ୍ୟା ରେ ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା | ଚଳିତ ବର୍ଷ ଅଷ୍ଟମ ପ୍ରହର ନାମ ଯଜ୍ଞ ରେ କର୍ତ୍ତା ଭାବେ ସୁଦର୍ଶନ ସାହୁ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ରେ କର୍ତ୍ତା-କର୍ତ୍ତୀ ଭାବେ ବିକ୍ରମ କେଶରୀ ମହାନ୍ତି, ଇତିଶ୍ରୀ ମହାନ୍ତି ଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା | ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ଗୋ ପୂଜା ସହିତ ଅଭିଜ୍ଞ ପଣ୍ଡିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ରେ ସମ୍ପୂର୍ଣ୍ଣ ପୀଠରେ ଏକ ଅନନ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା | ସୁଦର୍ଶନ ସେନା ପକ୍ଷରୁ ଚଳିତ ବର୍ଷ ଯଜ୍ଞ କୁ ନିଶାମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା | ପ୍ରତ୍ୟହ ପୀଠ କୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ | ବଟମହାପୁରୁଷ ଙ୍କ ଆଶ୍ରିବାଦ ପାଇବା ସହିତ ଭକ୍ତିମୟ କାର୍ଯ୍ୟକ୍ରମ ଏବଂ ମିନା ବଜାର ଶ୍ରଦ୍ଧାଳୁ ମାନଙ୍କୁ ପୀଠକୁ ଆକର୍ଷିତ କରିଥାଏ |
