୬୯ ତମ ଓଡ଼ିଶା ରାଜ୍ୟ ସମୂହ କରାଟେ ପ୍ରତିଯୋଗିତା ।

କନ୍ଧମାଳ, ଫୁଲବାଣୀ ତା ୨୫/୧୦/୨୦୨୫ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ପବ୍ଲିକ ସ୍କୁଲ ଫୁଲବାଣୀ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଓ କନ୍ଧମାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଙ୍ଗଠନ ଆନୁକୁଲ୍ୟରେ ୧୭ ବର୍ଷରୁ କମ୍ ବାଳକ ଓ ବ।ଳିକ। କରାଟେ ପ୍ରତିଯୋଗିତା ଆୟ ଜନ କରାଯାଇଥିଲା ଏହିକାର୍ଯ୍ୟକ୍ରମ ତା ୨୩/୧୦/୨୦୨୫ ଠାରୁ ୨୫/୧୦/୨୦୨୬/ ରିଖ ଯାଏଁ ଆୟଜନ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ଜି, ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବିଶିଷ୍ଟ ଅତିଥି ସାଂସଦ ପ୍ରତିନିଧି ପୂର୍ବତନ ବିଧାୟୀକ। ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ଶ୍ରୀ ଯୁକ୍ତ ଜ୍ୟୋତି ପ୍ରସାଦ ପରିଡା ସହକାରୀ ନିର୍ଦ୍ଦେଶକ ,ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଓଡ଼ିଶା , ଶ୍ରୀ ଯୁକ୍ତ ସପନ କୁମାର ଜେନା, ଅବସର ପ୍ରାପ୍ତ ଯୁଗ୍ମନିର୍ଦ୍ଦେଶକ(ପରିଦର୍ଶକ), ଶ୍ରୀଯୁକ୍ତ ରାଜେଶ କୁମାର ସ୍ବାଇଁ , ଜିଲ୍ଲା ଶିକ୍ଷା ଅଧିକାରୀ,କନ୍ଧମାଳ , ଶ୍ରୀମତୀ ଲକ୍ଷ୍ମୀ ପ୍ରିୟ ଦେଇ, ଅବସର ପ୍ରାପ୍ତ ସରକାରୀ ନିର୍ଦ୍ଦେଶକ( ଶାରୀରିକ ଶିକ୍ଷା ଓଡ଼ିଶା),ସଞ୍ଜୟ କୁମାର ପାତ୍ର,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ,ଶ୍ରୀଯୁକ୍ତ ଧନଞ୍ଜୟ ସେଠୀ,ପ୍ରିନସିପଲ୍ ପବ୍ଲିକ ସ୍କୁଲ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶରୀରକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଠାରେ ସ୍ଥାନୀୟ ନଟରାଜ କଳାମନ୍ଦିର ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଉପସ୍ଥିତ ଅତିଥିମାନଙ୍କ ମନୋରଞ୍ଜନ କରିଥିଲେ ।

Leave a Reply

Your email address will not be published. Required fields are marked *