ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ

ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ।
ରଘୁନାଥପୁର ତା ୧୧/୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ଷଷ୍ଠ ଅଧିବେଶନ ବୁଧବାର ସମିତିସଭା କକ୍ଷରେ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା ଙ୍କ ପୈରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ,ଅନ୍ୟତମ ଅତିଥି ଭାବେ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡ଼ିଓ ବିରଞ୍ଚି ନାରାୟଣ ବେହେରା,ଅତିରିକ୍ତ ବିଡିଓ ପାୟଲ ମହାପାତ୍ର,ଜିଲ୍ଲାପରିଷଦ ରୀନାରାଣୀ ମଲ୍ଲିକ,ଇତିଶ୍ରୀ

ମଲ୍ଲିକ,ଯୋଗଦେଇ ସମିତି ଆଲୋଚନା ରେ ଭାଗନେଇଥିଲେ।ଜିପିଡିଓ ସୁଚିତ୍ରାନନ୍ଦ ପାଲ ବିବରଣୀ ପାଠକରିଥିଲେ।ଏଥିରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ,ସମିତି ସଭ୍ୟସଭ୍ୟା,ବିଭିନ୍ନ ବିଭାଗ ର କ୍ଷେତ୍ରୀୟ ଅଧିକାରୀ, ବ୍ଲକର ସହକାରୀ ଯନ୍ତ୍ରୀ,କନିଷ୍ଠ ଯମାନେନ୍ତ୍ରୀ ମାନେ ଯୋଗଦେଇଥିଲେ।କ୍ୟାସିୟର ଭବେଶ ଚନ୍ଦ୍ର ବେହେରା ଙ୍କ ପରିଚାଳନା ରେ ବ୍ଲକର ସମସ୍ତ କର୍ମଚାରୀ ମାନେ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *