କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କୀଟ ଓ କିସ୍ସ ପକ୍ଷରୁ ଷଷ୍ଠ ମିନି ମାରାଥନ 2024 ଅନୁଷ୍ଠିତ


କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କୀଟ ଓ କିସ୍ସ ପକ୍ଷରୁ ଷଷ୍ଠ ମିନି ମାରାଥନ 2024 ଅନୁଷ୍ଠିତ ହୋଇଅଛି l କୀଟ ଓ କିସ୍ସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରୟାସ ରେ 2016 ମସିହା ରୁ ଆୟୋଜନ ହୋଈ ଆସୁଥିବା ମିନି ମାରାଥନ ଚଳିତ ବର୍ଷ “ସମସ୍ତ ଙ୍କ ପାଇଁ ଶିକ୍ଷା ” ଏଜୁକେସନ ଫୋର ଅଲ ନେଇ ଏହି ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି ମିନି ମାରାଥନ 2024 ଅବସରରେ ବାଲିଗୁଡା ସହର ର ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ସାମିଲ ହୋଇଥିଲେ l କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ବାଲିଗୁଡା ଏନ.ଏ.ସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ ଓ ବାଲିଗୁଡା ବିଜେଡି ନଗର ସଭାପତି ଅବନୀକାନ୍ତ ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଏହି ମିନି ମାରାଥନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ବାଲିଗୁଡା ଗାନ୍ଧୀ ଛକ ରୁ 400 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ସାମିଲ ହୋଈ ସମସ୍ତ ଙ୍କ ପାଇଁ ଶିକ୍ଷା ର ବାର୍ତା ନେଇ ସ୍ଥାନୀୟ ଦଣ୍ଡ ପଦର ଯାଇଁ ଦୌଡ଼ିଥିଲେ l ପରେ ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପହଂଚି କୀଟ ଓ କିସ୍ସ ପକ୍ଷରୁ ଆୟୋଜିତ ଏକ ବୈଠକ ରେ ସାମିଲ ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ମାନଙ୍କୁ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ପ୍ରେରିତ ଉପହାର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l ନିରନ୍ତର ଭାବେ ଶିକ୍ଷା ଓ ସମାଜ ସେବା ଜରିଆରେ ଶିକ୍ଷା ର ବିକାଶ ସହ ଜନଜାତି ସଶକ୍ତିକରଣ ଓ ଶିକ୍ଷା କ୍ଷେତ୍ର ରେ ଉଲେଖନୀୟ ଅବଦାନ ନେଇ କୀଟ ଓ କିସ୍ସ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ସମସ୍ତ ଙ୍କ ପାଇଁ ଶିକ୍ଷା ର ବାର୍ତା ନେଇ ଏପରି ପ୍ରୟାସ କୁ ନେଇ କୃତଜ୍ଞତା ଜ୍ଞାପନ କରିଥିଲେ ଅତିଥିବୃନ୍ଦ, ବୁଦ୍ଧିଜୀବୀ, ବାଲିଗୁଡା ସହର ବାସୀ ଓ ଉପସ୍ଥିତ ଛାତ୍ର ଛାତ୍ରୀ l

Leave a Reply

Your email address will not be published. Required fields are marked *