ୟୁକୋ ବ୍ୟାଙ୍କ ପକ୍ଷରୁ ମେଗା ଋଣ ଶିବିର

କୋଣାର୍କ,୩୦.୦୭ ସ୍ଥାନୀୟ ଯାତ୍ରୀ ନିବାସ ପରିସରରେ କୋଣାର୍କ ୟୁକୋ ବ୍ୟାଙ୍କ ଶାଖା ଆନୁକୁଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ମେଗା ଋଣ ଶିବିର ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କର ରୋଜଗାର ବଢାଇ ଆତ୍ମନିର୍ଭରଶୀଳ କରିବା ଓ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ୟୁକୋ ବ୍ୟାଙ୍କ ପକ୍ଷରୁ ମହିଳା ଗୋଷ୍ଠୀ ମାନଙ୍କୁ ଏହି ଋଣ ପ୍ରଦାନ କରାଯାଉଛି। କୋଣାର୍କ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ କିଶୋର ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କ ଭୁବନେଶ୍ଵର ଆଞ୍ଚଳିକ ପ୍ରମୁଖ ଶ୍ରୀଯୁକ୍ତ ଭଗବତ ସିଂ ଭାକୁନି , ଆଞ୍ଚଳିକ ଉପ ପ୍ରମୁଖ ରାମଚନ୍ଦ୍ର ଦାସ, ପୂରୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଅନିଲ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଜିଲ୍ଲା ୟୁକୋ ବ୍ୟାଙ୍କ କୋଣାର୍କ , କାକଟପୁର ଓ ଅସ୍ତରଙ୍ଗ ଶାଖାର ୨୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ମଞ୍ଜୁରୀ ପତ୍ର ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ଵର ଜୋନ୍ ଅନ୍ତର୍ଗତ ସମସ୍ତ ୟୁକୋ ବ୍ୟାଙ୍କ ଶାଖା ଗୁଡିକରେ ମହିଳା ଗୋଷ୍ଠୀ ମାନଙ୍କୁ ପ୍ରାୟ ୨୦କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ସୁଚନା ଦିଆଯାଇଛି। ଶିବିରକୁ ବରିଷ୍ଠ ଶାଖା ପରିଚାଳିକା ରାଜଲକ୍ଷ୍ମୀ ମହାନ୍ତି ପରିଚାଳନା କରିଥିଲା ବେଳେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *