ବଜ୍ରାଘାତରେ ୭ ଗୋରୁ ମୃତ।

ପାତ୍ରକାମାକ୍ଷାନଗର୧୮.୦୪.୨୦୨୫ -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ବଜ୍ରାପାତ ଘଟି ୭ଟି ଗୋରୁର ମୃତ୍ୟୁ ହୋଇଛି। ଗାଁର ଧୀରେନ୍ଦ୍ର କାଣ୍ଡି, ମାର୍କଣ୍ଡ ଦେହୁରୀ, ଜଟିଆ ଦେହୁରୀ ଓ ତ୍ରିଲୋଚନ ବାରିକଙ୍କ ଗୋରୁ ଗୁଡିକ ଗାଁ ପାଖ ପଡିଆରେ ଚରୁଥିବା ବେଳେ,ବର୍ଷାପବନ ଘଡଘଡି ମାରିବାରୁ ଏକ ଗଛ ମୁଳେ ଆଶ୍ରୟ ନେଉଥିଲେ ଗୋରୁ ଗୁଡିକ। ଏହ ସମୟରେ ବଜ୍ରାପାତ ହୋଇଥିଲା। ଘଟଣାସ୍ଥଳରେ ସମସ୍ତ ୭ ଟି ଯାକ ଗୋରୁଙ୍କ ମୃତ୍ୟୁ ହୋଇଛି। ତେବେ ଗୋରୁ ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ଗାଁର ୪ ଗୋଟି ପରିବାର। ତୁରନ୍ତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *