ବିଜେପିର ମହା ମିଶ୍ରଣ ପର୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ ୭୫୦ କର୍ମୀ
ବିଜେପିର ମହା ମିଶ୍ରଣ ପର୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ ୭୫୦ କର୍ମୀ ଆଜି ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ବିଜେପି ତରଫରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟର ମୋହନ ସରକାରଙ୍କ ବିକାଶ ଧାର, ରାଜ୍ୟ ନେତୃତ୍ଵ ଏବଂ ସର୍ବାପରି ଧାମନଗର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ। ଅନ୍ୟଦଳର କର୍ମୀମାନେ ଯୋଗଦେଇଛନ୍ତି! ପଞ୍ଚାୟତର ସରପଞ୍ଚ ଅଜୟ ମଳିକ ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ଦଳର ଯୁବ ନେତୃତ୍ବ ସୁଶାନ୍ତ ନାୟକ ସମେତ ପଞ୍ଚୟତର ୭୫୦ ରୁ ଉର୍ଦ୍ଧ୍ବ କର୍ମୀ ଆଜି ବିଜେଡି ଏବଂ କଂଗ୍ରେସ ଦଳ ପରିତ୍ୟାଗ କରି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ଏବଂ ଉପସଭାପତି ଚତୁର୍ଭୁଜ ନାୟକ, ଧୁଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ବରିଷ୍ଠ ନେତା ରଘୁନାଥ ଲେଙ୍କା, ନାରାୟଣ ଚନ୍ଦ୍ର ସାହୁ, କୈଳାସ ମହାପାତ୍ର, ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ଯୁବ ନେତା ଗୋବଦ୍ଧନ ମଳିକ,ଅନ୍ତର୍ଯ୍ୟାମୀ ଦାସ, ହରିହର ସାହୁ, ମନୋରଞ୍ଜନ ଦାସ, ପ୍ରକାଶ ସାହୁ, କ୍ଷୀରୋଦ ବାରିକ, ତାରାକାନ୍ତ ସାହୁ, ଦୀପକ ଖଟୁଆ, ଦାପକ ମହାନ୍ତି, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧ ତଥା ସମାଜସେବା ପଣ୍ଡିତ ପଞ୍ଚାନନ ମିଶ୍ର, ଅର୍ଜୁନପୁର ସମିତିସଭ୍ୟ ବିଦ୍ୟାଧର ରାଉତ, ରଢିଆଳି ସମିତି ସଭ୍ୟ ବରିଷ୍ଠ ଏବଂ ଯୁବ ନେତୃତ୍ବମାନେ ଉପସ୍ଥିତ ଥିଲେ।
