ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୫ତମ ଜନ୍ମ ଦିବସ

ଗଞ୍ଜାମ, ସୋରଡ଼ା 17/05/2025 ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଓଡିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନକ୍ରମେ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ରାଇବନ୍ଦ ଗ୍ରାମପଞ୍ଚାୟତର ଚକୁଣ୍ଡା ନର୍ସରୀ ଅନ୍ତର୍ଗତ ପାତ୍ରପୁର ଠାରେ ବଡ଼ଗଡ ବନାଞ୍ଚଳ,ଦକ୍ଷିଣ ଘୁମୁସର ବନଖଣ୍ଡ ତରଫରୁ ମା’ପାଇଁ ଗଛ ଟିଏ ୨.୦ କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣଘୁମୁସର ବନଖଣ୍ଡ ଉପ ଅଧିକାରୀ ଶ୍ରୀ ପ୍ରଦୀପ ବେହେରା, ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ନାୟକ ଓ ବହୁ ସ୍କୁଲ ଓ କଲେଜ ପିଲା ମାନେ ମଧ୍ୟ ଉପସ୍ଥିତ ହୋଇ ବୃକ୍ଷ ରୋପଣ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷ ରୋପଣ କରି ପରିବେଶ କୁ ସବୁଜ ମୟ କରିବା ପାଇଁ ଦେଶ ବାସୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା କେବଳ ଏକ ଗଛ ନୁହେଁ,ବରଂ ମା’ ଙ୍କ ପ୍ରତି ଥିବା ଆମର ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବାର ପ୍ରମାଣ | ଏହା ଧରିତ୍ରୀ ମା, ପ୍ରତି ଆମର ସମ୍ମାନ ଏବଂ ନିବିଡ଼ତାର ପ୍ରତୀକ | ଆସନ୍ତୁ ଆମେ ମିଳିମିଶି ଏହି ସବୁଜ ବିପ୍ଳବରେ ସାମିଲ୍ ହୋଇ ଆମର ଧରିତ୍ରୀ ମାଆଙ୍କୁ ଅଧିକ ସବୁଜ ଏବଂ ସୁନ୍ଦର ରୂପେ ସଜାଇବା ଏହି ପରି ପ୍ରେକ୍ଷୀ ରେ ବଡ଼ଗଡ ପଞ୍ଚାୟତ ର ତେନ୍ତୁଆ ବନ୍ଧ, ଲଷ୍ମୀପୂର ବନ୍ଧ, ଏବଂ ଆକାଶ ନଗରରେ ଦୁଇଟି ପୋଖରୀ ହିଡରେ ପ୍ରାୟ ତିନି ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *